ଆଦର ଜୈନ ଏବଂ ତାରା ସୁତାରିୟାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ମା ରୀମା ଜୈନ

ଗତ କିଛି ଦିନ ରଣବୀର କପୁର ଏବଂ କରୀନାଙ୍କ ସର୍ମ୍ପକୀୟ ଭାଇ ଅରମାନ ଜୈନ ଓ ଅନିଶ ମଲହୋତ୍ରାଙ୍କ ବିବାହ ବହୁତ ଚର୍ଚ୍ଚାରେ ରହିଥିଲା। ଏହି ବିବାହ ଉତ୍ସବରେ ବଲିଉଡର ଅନେକ ଷ୍ଟାର ଯୋଗ ଦେଇଥିଲେ। କିନ୍ତୁ ଏହା ଭିତରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଆସିଥିଲେ। ଆଦର ଜୈନ ଏବଂ ତାରା ସୁତାରିୟା। ଏହି ଦୁର୍ହିଙ୍କ କୁଆଡେ ଲୁଚାଛପା ପ୍ରେମ ଚାଲିଛି ବୋଲି ଏବେ ବେଶ ଚର୍ଚ୍ଚା ଚାଲିଛି। ଗତ କିଛିଦିନ ହେଲାଣି ଦୁହେଁ ଚାରିଆଡେ ଏକତ୍ର ବୁଲୁଥିବାର ନଜର ଆସୁଛନ୍ତି।

tara

ନିକଟରେ ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ସୋସିଆଲ ମିଡିଆରେ ଏକ ଗ୍ରୁପ ଫଟୋ ସେୟାର କରି କ୍ୟାପ୍ସନରେ ସମସ୍ତଙ୍କୁ ଫ୍ୟାମିଲ ମେମ୍ବେର ବୋଲି କହିଛନ୍ତି। ଏହି ଫଟୋରେ ତାରା ଆଦରଙ୍କ କାନ୍ଧରେ ହାତ ପକାଇଥିବା ମଧ୍ୟ ନଜର ଆସିଛନ୍ତି। କିନ୍ତୁ ଆଦର ଏବଂ ତାରାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଆଦରଙ୍କ ମା ରୀମା। ରୀମା କହିଛନ୍ତି, ଏପରି କିଛି ସେମାନଙ୍କ ମଧ୍ୟରେ ନାହିଁ। ସେମାନେ ଏବେ ନିଜ କାମ ଉପରେ ଫୋକସ୍‌ କରିବା ଉଚିତ। ଆପଣ ଏହା ବିଷୟରେ ଚର୍ଚ୍ଚା ନକରିବା ଭଲ। ଆମ ପୁଅ ଯାହାକୁ ବି ପସନ୍ଦ କରିବ, ଆମେ ତାକୁ ମଧ୍ୟ ପସନ୍ଦ କରିବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.