ପ୍ରତିଦିନ ସକାଳ ହୋଇଥାଏ ଏକ ନୂଆ ଆଶା ସହିତ। ପ୍ରତିଦିନ ସକାଳ ହେବା ସହ ନୂଆ ଉର୍ଜା ଆରମ୍ଭ ହୋଇଥାଏ। ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି, ଯଦି ସକାଳର ଆରମ୍ଭ ଭଲ ଭାବେ ହୋଇଥାଏ ତେବେ ସଂପୂର୍ଣ୍ଣ ଦିନଟି ଭଲ ଯାଇଥାଏ। ଏଣୁ ସକାଳେ ଆଖି ଖୋଲିବା ମାତ୍ରେ ଆମେ କିଛି ଜିନିଷ ଦେଖିବା ଦିନଟା ପାଇଁ ଅଶୁଭ ହୋଇଥାଏ। ଆଜି ଆମେ ଆପଣଙ୍କୁ ୪ଟି ଏପରି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିବା ଦ୍ବାରା ହୋଇଥାଏ ବହୁତ କ୍ଷତି ।
କିଛି ଲୋକ ଖାସ କରି ମହିଳା ମାନଙ୍କର ଅଭ୍ଯାସ ରହିଥାଏ ସକାଳେ ଉଠି ନିଜ ମୁହଁ ଦର୍ପଣରେ ଦେଖିବେ। ଏପରି କରିବା ଅଶୁଭ କୁହାଯାଇଥାଏ। ଏହା ଦ୍ବାରା ଜୀବନରେ ନକାରତ୍ମକ ଭାବନା ବଢ଼ିଥାଏ। ଏଣୁ ସକାଳୁ ଉଠି ନିଜର ଇଷ୍ଟ ଦେବୀଙ୍କୁ ସ୍ମରଣ କରିବା ଉଚିତ୍ ଏହା ଦ୍ବାରା ସଂପୂର୍ଣ୍ଣ ଦିନଟି ଶୁଭ ଯାଇଥାଏ।
ନିଶ୍ଚିତ ପଢ଼ନ୍ତୁ: ଭୁଲରେ ବି ଏହି ସବୁ ଜିନିଷକୁ ରଖନ୍ତୁ ନାହିଁ ତଳେ : ନଚେତ୍ ସବୁଦିନ ପାଇଁ ହୋଇଯିବେ ଗରିବ
ସକାଳେ ଉଠି କୌଣସି ବ୍ଯକ୍ତିଙ୍କ ଚେହେରା ଦେଖନ୍ତୁ ନାହିଁ। କେତେ ବେଳେ କାହାର ଚେହେରା ଆପଣଙ୍କ ପାଇଁ ଖରାପ ହୋଇଯିବ କାହାକୁ ବା ଜଣା। ଏଣୁ ଶୋଇବା କଠୋରୀରେ ଏପରି କିଛି ଚିତ୍ର ଲଗାନ୍ତୁ ଯାହା ଦ୍ବାରା ଆପଣଙ୍କୁ ସକାରତ୍ମକ ଭାବନା ମିଳୁଥିବ। ଯେପରି ନଡ଼ିଆ, ଶଙ୍ଖ, ମୟୁର ଇତ୍ଯାଦି।
ସକାଳୁ ଉଠିବା ମାତ୍ରେ ମାଙ୍କଡ଼ ବା କୁକୁରଙ୍କ ଲଢ଼େଇ ବିଲକୁଲ ଦେଖନ୍ତୁ ନାହିଁ। ଏହା ଦ୍ବରା ଦିନଟି ଅଶୁଭ ଯିବା ସହ ବହୁତ ଖରାପ ଖବର ମଧ୍ୟ ମିଳିବାର ସମ୍ବାବନା ରହିବ। ଏହା ଦ୍ବରା ଘରେ ଅନ୍ନ ଏବଂ ଧନର ଅଭାବ ମଧ୍ୟ ଦେଖାଯାଇପାରେ।
ସକାଳୁ ଉଠି ଭୁଲରେ ମଧ୍ୟ ନିଜ ଛାଇ ଦେଖନ୍ତୁ ନାହିଁ ଏହା ଛଡ଼ା କୌଣସି ମହିଳାଙ୍କୁ ଖରାପ ନଜରରେ ମଧ୍ୟ ଦେଖନ୍ତୁ ନାହିଁ।