ଢେଙ୍କାନାଳ : ଗ୍ୟାସ୍ ଲିକରୁ ଲାଗିଲା ନିଆଁ, ମା’-ଝିଅ ଜୀବନ୍ତ ଦଗ୍ଧ

ଢେଙ୍କାନାଳ (କେନ୍ଯୁଜ୍) : ଚା କରିବା ବେଳେ ଗ୍ୟାସ୍ ଲିକରୁ ଲାଗିଲା ନିଆଁ । ଜଳିଗଲେ ମାଆ ଓ ଝିଅ । ଏଭଳି ଅଭିବାନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ନୂଆ ଭୁବନ ଗାଁରେ । ମୃତକମାନେ ହେଲେ ମମତା ଫୋତଳ ଓ ତାଙ୍କ ଝିଅ ଜୋତ୍ସ୍ନା ପୋଥଳ । ଆଜି ସକାଳେ ଜୋତ୍ସ୍ନା ଚା କରୁଥିବା ବେଳେ ଗ୍ୟାସ୍ ଲିକରୁ ନିଆଁ ଲାଗିଥିଲା । ଝିଅ ଜଳି ଯାଉଥିବା ଦେଖି ବଞ୍ଚାଇବାକୁ ଯାଇଥିଲେ ମମତା ।

ସେ ବି ନିଆଁରେ ପୋଡ଼ି ଯାଇଥିଲେ । ମାଆ-ଝିଅ ଜଲି ଯାଉଥିବା ବେଳେ ବଞ୍ଚାଇବାକୁ ଉଦ୍ୟମ କରିଥିଲା ମମତାଙ୍କ ସ୍ୱାମୀ ଦୁର୍ଯ୍ୟୋଧନ ପୋଥଳ । ସେ ବି ନିଆଁରେ ପୋଡ଼ି ହୋଇଛନ୍ତି । ଗୁରୁତର ଅବସ୍ଥାରେ ଦୁର୍ଯ୍ୟୋଧନଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆଗରୁ ଗ୍ୟାସ୍ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.