ଆଖି ପିଛୁଳାକେ ମୁହୂର୍ତ୍ତକ ମଧ୍ୟରେ ଗାଏବ ହୋଇଗଲେ ଯୁବତୀ, ଦେଖନ୍ତୁ ଭାଇରାଲ ଭିଡିଓ

ମ୍ୟାଜିକ୍‌ରେ ଯାଦୁଗର ମାତ୍ର କିଛି ମୁହୂର୍ତ୍ତରେ ଲୋକଙ୍କୁ ଗାଏବ କରିଦେଇଥାଏ। କିନ୍ତୁ ଏବେ ବିଜ୍ଞାନ ଏତେ ଆଗକୁ ଚାଲିଗଲାଣି ଯେ ନୂଆ ନୂଆ ଟେକ୍ନୋଲୋଜି ବ୍ୟବହାର କରି ମଧ୍ୟ ଲୋକଙ୍କୁ ଗାଏବ କରିବା ସମ୍ଭବ ହେଉଛି। ସୋସିଆଲ ମିଡିଆରେ ଏବେ ଏକ ସେହିଭଳି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ଯୁବତୀ ଆଖି ପିଛୁଳାକେ ନିଜକୁ ଗାଏବ କରିଦେଉଥିବା ଦେଖାଯାଇଛି।

magic

ଫିଜିକ୍ସ ଆଷ୍ଟ୍ରୋନୋମି ଡଟ୍‌ ଓଆରଜି ନିଜ ଟ୍ଵିଟର ପେଜ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ଏକ କପଡ଼ାକୁ ହାତରେ ଧରିଛନ୍ତି। କପଡ଼ାରେ ଆଗପଛ ସବୁ ଦିଶୁଛି। କିନ୍ତୁ ଯେତେବେଳେ ସେ କପଡ଼ାରେ ନିଜ ଗୋଡ଼କୁ ଘୋଡ଼ାଉଛନ୍ତି ଆଶ୍ଚର୍ଯ୍ୟଜନକ ଭାବେ ସେତେବେଳେ ତାଙ୍କ ଗୋଡ଼ ଲୁଚି ଯାଉଛି ଓ ପଛପଟେ ଥିବା ଜିନିଷ ପରିଷ୍କାର ଭାବେ ଦିଶୁଛି।

ଦେଖନ୍ତୁ ଭିଡିଓ:

୨୫ ଫେବ୍ରୁଆରୀ ୨୦୨୦ରେ ଏହି ଭିଡିଓକୁ ସେୟାର କରାଯାଇଛି। ଏବେ ପର୍ଯ୍ୟନ୍ତ ଭିଡିଓକୁ ୨ ଲକ୍ଷ ଥର ଦେଖାସରିଲାଣି। ସେହିପରି ଭିଡିଓରେ ଏବେ ପର୍ଯ୍ୟନ୍ତ ୨୫୦୦ରୁ ଊର୍ଦ୍ଧ୍ୱ ଲାଇକ ଓ ୯୦୦ରୁ ଊର୍ଦ୍ଧ୍ୱ ଥର ରିଟ୍ଵିଟ୍‌ କରାଯାଇଛି। କିଛି ଲୋକ ଭିଡିଓକୁ ଫେକ୍‌ ବୋଲି କହିଥିବା ଦେଖାଯାଇଛି। ଆଉ କିଛି ଏହି ନୂଆ ଟେକ୍ନିକ୍‌କୁ ସ୍ମାର୍ଟ ସ୍କିନ୍‌ ବା ମ୍ୟାଜିକ କ୍ଳଥ୍‌ ବୋଲି ମଧ୍ୟ କହିଛନ୍ତି।

Leave A Reply

Your email address will not be published.