୭ ଦିନରେ ତିଆରି ହେଲା ଦୁନିଆର ପ୍ରଥମ ଅଣ୍ଡରଓ୍ଵାଟର ମିଲିଟାରୀ ମ୍ୟୁଜିୟମ୍‌, ରହିଛି ୧୯ ପ୍ରକାରର ସୈନ୍ୟ ଉପକରଣ

ବିଶ୍ୱର ପ୍ରଥମ ଅଣ୍ଡରଓ୍ଵାଟର ମିଲିଟାରୀ ମ୍ୟୁଜିୟମ୍‌ ଜୋର୍ଡାନ ଦେଶରେ ନିର୍ମାଣ କରାଯାଇଛି। ଏହା ଦକ୍ଷିଣ ଜୋର୍ଡାନର ଲାଲ୍‌ ସମୁଦ୍ରରେ ୨୮ ମିଟର(୯୨ ଫୁଟ୍‌) ଗଭୀରରେ ତିଆରି ହୋଇଛି। ସୈନିକମାନେ ଏଠାରେ ଯୁଦ୍ଧ ଟ୍ୟାଙ୍କ, ସୈନ୍ୟ ଆମ୍ବୁଲାନ୍ସ, ହେଲିକାପ୍ଟର, ଯୁଦ୍ଧ ବିମାନ, କ୍ରେନ୍‌ ଏବଂ ଆଣ୍ଟି ଏୟାରକ୍ରାପ୍ଟ ସମେତ ୧୯ ପ୍ରକାରର ସୈନ୍ୟ ଉପକରଣ ରଖିଛନ୍ତି। ଖାସ୍‌ କଥା ହେଉଛି ଏହି ମ୍ୟୁଜିୟମ୍‌କୁ ମାତ୍ର ୭ ଦିନରେ ତିଆରି କରାଯାଇଛି।

m2

ମ୍ୟୁଜିୟମ୍‌ର ମୂଳ ଲକ୍ଷ୍ୟ ହେଉଛି, ଲୋକେ ଏଠାକୁ ଆସି ଭିନ୍ନ ଭିନ୍ନ ପ୍ରକାରର ଅନୁଭବ ନିଅନ୍ତୁ। ଏଠାରେ ମଝିରେ ମଝିରେ ସ୍ୱତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯିବ, ଯେପରି ଲୋକେ ସାମୁଦ୍ରିକ ଜୀବଙ୍କ ସହ ମିଲିଟାରୀ ଐତିହ୍ୟକୁ ଦେଖିବାର ସୁଯୋଗ ପାଇପାରିବେ। ସମୁଦ୍ର ସ୍ତରଠାରୁ ୧୫ରୁ ୨୦ ମିଟର ତଳେ ସୈନ୍ୟ ଉପକରଣ ରଖାଯାଇଛି।

m3

m4

ମ୍ୟୁଜିୟମ୍‌ ତିଆରି ସମୟରେ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦିଆଯାଇଥିଲା। ସ୍କାନିଂ ଏବଂ ଫଟୋଗ୍ରାଫି ବେଳେ ସେମାନେ ଯେପରି ପ୍ରଭାବିତ ନ ହୁଅନ୍ତି, ସେଥିପ୍ରତି ନଜର ରଖାଯାଇଥିଲା। Aqaba Special Economic Zone Authority (ASEZA) କହିଛନ୍ତି, ବିଭାଗୀୟ ଅଧିକାରୀ ଏବଂ ସଂଘର ସହଯୋଗରେ ସମୁଦ୍ର ପରିବେଶର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସବୁ ସମ୍ଭବ ଉପାୟ ଆପଣାଯାଇଛି। ପଯ୍ୟର୍ଟକ ବୋଟ୍‌ରେ ଏଠାକୁ ଆସିପାରିବେ, କିନ୍ତୁ ସ୍କୁବା ଡାଇଭିଂ ଡ୍ରେସ୍‌ ପିନ୍ଧି ଆସିବାକୁ ପଡ଼ିବ।

Leave A Reply

Your email address will not be published.