ଭାରତରେ କରୋନା ଭାଇରସ୍ର ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଦିଲ୍ଲୀ ଓ ତେଲେଙ୍ଗାନାରେ ନୂଆ କରୋନା ଭାଇରସ୍ ବା କୋଭିଡ୍-୧୯ ପିଜିଟିଭ୍ ମାମଲାକୁ ନେଇ ସୂଚନା ଦେଇଛନ୍ତି।
ମନ୍ତ୍ରଣାଳୟର ସୂଚନା ମୁତାବକ ଦିଲ୍ଲୀରେ ନୂଆ କରୋନା ଭାଇରସ୍ ରୋଗୀ ଇଟାଲୀରୁ ଫେରିଥିବା ବେଳେ ତେଲେଙ୍ଗାନାର ଆକ୍ରାନ୍ତ ରୋଗୀ ଦୁବାଇରୁ ଫେରିଥିଲେ। ଉଭୟ ରୋଗୀଙ୍କୁ ଡାକ୍ତର ଅବଜରଭେସନ୍ରେ ରଖିଛନ୍ତି।
Update on #COVID19:
Two positive cases of #nCoV19 detected. More details in the Press Release.#coronoavirusoutbreak #CoronaVirusUpdate pic.twitter.com/kf83odGo8f
— Ministry of Health (@MoHFW_INDIA) March 2, 2020
ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ କେରଳର ଜଣେ ବ୍ୟକ୍ତିଙ୍କଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଥିଲା। ମାତ୍ର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବ୍ୟକ୍ତି ଜଣକ ବୁହାନରେ ପଢ଼ୁଥିବା ଜଣାଯାଇଛି।
सीधा प्रसारण !! कोरोनावायरस पर भारत की तैयारियों को लेकर डॉ हर्ष वर्धन, केंद्रीय स्वास्थ्य व परिवार कल्याण मंत्री की प्रेस वार्ता https://t.co/7Vzn9wadhj
— DrHarshVardhanOffice (@DrHVoffice) March 2, 2020
କରୋନା ଭାଇରସ୍ର ଭୟାବହତାକୁ ଦେଖି ଭାରତର ପ୍ରସ୍ତୁତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ପ୍ରେସ୍ କନ୍ଫରେନ୍ସ ଆୟୋଜନ କରିଥିଲେ। ସେଥିରେ ସେ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ସେ କହିଛନ୍ତି ଯେ ୨୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଉପରେ ତୀକ୍ଷ୍ମଣ ନଜର ରଖାଯାଇଛି। ଏଥିସହ ୫,୫୭,୨୫୭ ଯାତ୍ରୀଙ୍କ ସ୍କ୍ରିନିଂ କରାସରିଛି ଓ ସାମ୍ପଲକୁ ଟେଷ୍ଟ ପାଇଁ ୧୫ ଲ୍ୟାବ୍କୁ ପଠାଯାଇଛି।