କେନ୍ଦୁଝର: କେନ୍ଦୁଝରରେ କରୋନା ସଂଦିଗ୍ଧ। ଜଣେ ସିଆଇଏସଏଫ୍ ଯବାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କୁ ଘରେ ୨୮ ଦିନ ପାଇଁ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ଯବାନ ଜଣଙ୍କ ଆଣ୍ଡାମାନ ନିକୋବରରେ କାମ କରୁଥିଲେ। ଗତ ୨୫ ତାରିଖରେ ସେ ଚେନ୍ନାଇ ଦେଇ ଓଡ଼ିଶା ଆସିଥିଲେ। ଗାଁରେ ତାଙ୍କୁ ଥଣ୍ଡା ଧରିଥିଲା। କାଶ ହେବା ସହ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ପ୍ରଥମେ ସେ ହରିଚନ୍ଦନପୁର ଡାକ୍ତରଖାନାକୁ ଆସିଥିଲେ। କରୋନା ସଂଦେହରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରିଥିଲେ ଡାକ୍ତର। ଏଠାରେ ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଡାକ୍ତର। ତାଙ୍କୁ ୨୮ ଦିନ ପାଇଁ ଘରେ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି।