ସତ ହୋଇଥିଲେ ସାଂଘାତିକ, ରେଳବାଇ ପୋଲିସ୍‌ ଯଦି ଏଭଳି କରୁଥାଏ ତେବେ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଥାନା ଅଧିକାରୀଙ୍କ ନାଁରେ ଗୁରୁତର ଅଭିଯୋଗ । ଥାନା ଅଧିକାରୀ କୁଆଡ଼େ ଗଞ୍ଜେଇ ଲୁଟ୍‌ କରୁଛନ୍ତି । ଭୁବନେଶ୍ୱର ଜିଆରପି ଥାନା ଅଧିକାରୀ ଭାରତ ସାହୁଙ୍କ ନାଁରେ ଏହି ଅଭିଯୋଗ ହୋଇଛି । ପୁଣି ଅଭିଯୋଗ ଆଣିଛନ୍ତି ସେହି ଥାନାର ଜଣେ ହାବିଲଦାର । ସେ ଏ ନେଇ ଗୋଇନ୍ଦା ବିଭାଗକୁ ଚିଠି ଲେଖି ଜଣାଇଥିଲେ । ଏଡା ପରେ ଭାରତଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ରେଳବାଇ ଏଡିଜି ନିର୍ଦ୍ଦେଶ ଦେଇଛନ୍ତି ।

IMG-20200306-WA0050

ଗତ ୩ ତାରିଖ ରାତିରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ର ୧ ନମ୍ବର ପ୍ଲାଟଫର୍ମରୁ ଜବତ ହୋଇଥିବା ଗଞ୍ଜେଇ ଲୁଟ୍‌ ହୋଛି ବୋଲି ହାବିଲଦାର ଦୀନବନ୍ଧୁ ସାହୁ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଖାଲି ସେତିକି ନୁହେଁ ଏକ ର‍୍ୟାକେଟ୍‌ ମଧ୍ୟ ଏଥିରେ କାମ କରୁଛି ଏବଂ ସେମାନେ କିଛି ଲୁଟେରାଙ୍କ ଜରିଆରେ ରେଳଯାତ୍ରୀଙ୍କ ଜିନିଷପତ୍ର ମଧ୍ୟ ଲୁଟ୍‌ କରିଥିବାର ଆଉ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ଏଏସ୍‌ଆଇ ଏନ୍‌.ପି ଜେନାଙ୍କ ସମେତ ଅନ୍ୟ କିଛି କର୍ମଚାରୀ ଏଥିରେ ସାମିଲ ଅଛନ୍ତି । ଏମାନେ ବର୍ଷ ସାରା ଗଞ୍ଜେଇ ଚାଲାଣରେ ସାମିଲ ଥାନ୍ତି ବୋଲି ହାବିଲଦାର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।
ଯଦି ଏହି ଅଭିଯୋଗ ସତ ହୋଇଥାଏ ତେବେ ଖୁବ୍‌ ସାଂଘାତିକ । ତେବେ ତଦନ୍ତ ପରେ ଘଟଣାର ସତ୍ୟତା ପଦାକୁ ଆସିବ ।

IMG-20200306-WA0051

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.