ପାର୍ସଲ ବୋମା ବିସ୍ଫୋରଣ ଘଟଣା, ପାଟଣାଗଡ଼ କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କୋର୍ଟରେ ହାଜର ହେଲେ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର । କଡ଼ା ସୁରକ୍ଷା ମଧ୍ୟରେ ପାଟଣାଗଡ଼ ଜେଲରୁ ଅଣାଯାଇ ତାଙ୍କୁ କୋର୍ଟରେ ହାଜର କରାଯାଇଛି। ମାଜିଷ୍ଟ୍ରେଟ୍‌ ଆସିଲେ ଆଜି ପରବର୍ତ୍ତୀ ଶୁଣାଣି ହେବ। ୨୦୧୮ରେ ପାର୍ସଲ ବୋମା ବିସ୍ଫୋରଣ ଜରିଆରେ ଦୁଇ ଜଣଙ୍କ ଜୀବନ ଯାଇଥିଲା । ଏହି ମାମଲାରେ ଅଧ୍ୟାପକ ପୁଞ୍ଜିଲାଲଙ୍କୁ ଗିରଫ ପରେ ଜେଲରେ ସେ ସଜା କାଟୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.