Below header

ଛୋଟ ଝିଅଟିର ଠୁମକା ଏବଂ ଡ୍ୟାନ୍ସ ଦେଖିଲେ ସପନା ଚୌଧୁରୀଙ୍କୁ ଭୁଲିଯିବେ ଆପଣ, ଥରେ ଦେଖନ୍ତୁ ଏ ଭିଡିଓ

ସପନା ଚୌଧୁରୀଙ୍କ ଗୀତ ଏବଂ ଡ୍ୟାନ୍ସଙ୍କୁ ଲୋକେ ଖୁବ୍‌ ପସନ୍ଦ କରନ୍ତି। ତାଙ୍କ ଗୀତ ‘ଗଜବନ’ ଲୋକଙ୍କ ମୁହଁରେ ହିଁ ରହିଛି। ଏହି ଲୋକପ୍ରିୟ ଗୀତରେ ସପନା ଚୌଧୁରୀ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଯାହା ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। କିନ୍ତୁ ଏବେ ଏକ ଛୋଟ ପିଲାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲା ପରେ ଆପଣ ବି କହିବେ ଲିଟିଲ ସପନା ଚୌଧୁରୀ। ଛୋଟ ଝିଅଟିର ଡ୍ୟାନ୍ସ ଦେଖିଲେ ଆପଣ ବି କହିବେ ସପନା ଚୌଧୁରୀଙ୍କ ଡ୍ୟାନ୍ସ ଏହି ଡ୍ୟନ୍ସ ପାଖରେ ଫିକା। ପିଲାଟି ଏକ ସ୍କୁଲରେ ସପନାଙ୍କ ଗୀତରେ ଏମିତି ଡ୍ୟାନ୍ସ ପରଫରମାନ୍ସ କରିଛି ଯେ ଯାହା ଟିଚର୍ସ ଏବଂ ପିଲାଙ୍କୁ ଖୁବ୍‌ ପସନ୍ଦ ଆସୁଛି।

https://www.facebook.com/narishktiutthan/videos/202777754226413/

ଭିଡିଓରେ ଆପଣ ଦେଖିପାରିବେ ଯେ ଛୋଟ ଝିଅଟି ଟେବୁଲ ଉପରେ ଚଢ଼ି ସପନାଙ୍କ ଗୀତରେ ଧମାକେଦାର ଡ୍ୟାନ୍ସ କରୁଛି। ଆପଣ ବି ଏହି ଛୋଟ ଝିଅଟିର ଡ୍ୟାନ୍ସ ଦେଖିଲେ ଆଶ୍ଚଯ୍ୟର୍ ହେବା ସହିତ ତାର ଡ୍ୟାନ୍ସର ଦିଓ୍ଵାନା ହୋଇଯିବେ। ଭିଡିଓଟି ରାଜସ୍ଥାନ ଜୋଧପୁରର ଆନି ବେସେଣ୍ଟ ସ୍କୁଲର କୁହାଯାଉଛି। ଫେସବୁକରେ ଏହି ଭିଡିଓକୁ ‘ନାରୀ ଶକ୍ତି ଉତ୍ଥାନ ଏବଂ କଳା ମଞ୍ଚ’ ନାମରେ ଫେସବୁକ ପେଜରେ ସେୟାର କରାଯାଇଛି। ଛୋଟ ଝିଅଟି ମୁଣ୍ଡରେ ଲୋଟା ରଖି ଜବରଦସ୍ତ ଡ୍ୟାନ୍ସ କରୁଛି। ସପନା ଚୌଧୁରୀଙ୍କ ଷ୍ଟାଇଲର ଡ୍ରେସ ପିନ୍ଧି ଠିକ ସପନାଙ୍କ ଭଳି ଠୁମକା ଲଗାଉଥିବା ଦେଖିବାକୁ ପାଇବେ।

sapna childଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଲୋକମାନେ ଏତେ ମାତ୍ରାରେ ଭଲ ପାଉଛନ୍ତି ଯେ ଭିଡିଓକୁ ସେୟାର କରିବା ମାତ୍ରକେ ହିଁ ୬ ଲକ୍ଷ ରୁ ଅଧିକ ଲୋକ ଦେଖିସାରିଲେଣି। ଏହାସହିତ ୬ ହଜାର ରୁ ଅଧିକ ସେୟାର କରାଯାଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.