କରୋନା: ନିଜ ବାହାଘରରେ ହାତ ମିଳାଇବାକୁ ମନା କରିଦେଲେ ବର-କନ୍ୟା, ଅତିଥିଙ୍କ ସହ ଗୋଡ଼ ମିଳାଇ କହିଲେ ‘ନମସ୍ତେ’, ଦେଖନ୍ତୁ ଭିଡିଓ
ସାରା ବିଶ୍ୱରେ ୪୦୦୦ରୁ ଅଧିକ ଲୋକ କରୋନା ଭାଇରସ୍ ଯୋଗୁ ମୃତ୍ୟୁବରଣ କରିସାରିଲେଣି। ଦିନକୁ ଦିନ ଲୋକଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି। ସେପଟେ ମାସ୍କର ଦାମ୍ ମଧ୍ୟ ବଢ଼ିଚାଲିଛି। ଏହାରି ଭିତରେ ଲୋକେ ନିଜ ବିବାହ ତାରିଖ ବି ଗଡ଼ାଇ ଦେଉଛନ୍ତି। ତେବେ ସୋସିଆଲ ମିଡିଆରେ ଏବେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବର-କନ୍ୟା ମାସ୍କ ପିନ୍ଧିଥିବା ନଜର ଆସୁଛନ୍ତି।
@shyaambharadwaj♬ original sound – bparksacar
ସବୁଠାରୁ ଭିନ୍ନ କଥା ହେଉଛି, ଦୁହେଁ ଅତିଥିମାନଙ୍କୁ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବା ବଦଳରେ ଗୋଡ଼ ମିଳାଇ ଖୁସି ଜାହିର କରୁଛନ୍ତି। ଏହାସହିତ ସେମାନେ ନମସ୍ତେ ମଧ୍ୟ କହୁଛନ୍ତି। ଶ୍ୟାମ ଭରଦ୍ୱାଜ ନାମକ ବ୍ୟକ୍ତି ଏହାକୁ ନିଜ ଟିକ୍ଟକରେ ପୋଷ୍ଟ କରିଛନ୍ତି। ଏ ପଯ୍ୟର୍ନ୍ତ ଏହାକୁ ୯୦ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଲାଣି। ଏପରି କି, ବାହାଘରରେ ବର-କନ୍ୟା ଅତିଥିଙ୍କଠାରୁ କୌଣସି ଗିଫ୍ଟ ମଧ୍ୟ ନେଉନାହାନ୍ତି।