କରୋନାର ମିଳିତ ମୁକାବିଲା ପାଇଁ ଅଣ୍ଟା ଭିଡିଲା ସାର୍କ ରାଷ୍ଟ୍ର, ଭିଡିଓ କନଫରେନ୍‌ସିଂରେ ସାର୍କ ରାଷ୍ଟ୍ର ନେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

କେନ୍ୟୁଜ(ବ୍ୟୁରୋ): ଭାରତ ୧୦୦ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା। ସବୁଠୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ମହରାଷ୍ଟ୍ରରେ। ପଜିଟିଭ୍‌ ସଂଖ୍ୟା ବଢିବା ସହ ମୁକାବିଲା ଚିନ୍ତା ବି ବଢିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବେ କରୋନାର ମିଳିତ ମୁକାବିଲା କରିବେ ସାର୍କ ଦେଶ ସମୁହ। ଭିଡିଓ କନଫରେନ୍‌ସିଂ ଜରିଆରେ ସାର୍କ ସଦସ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୟ ନକରି ପ୍ରସ୍ତୁତ ରହିବା ଆମର ମନ୍ତ୍ର ହେଉ ବୋଲି ମୋଦି କହିଛନ୍ତି।

video conferencing

ସେପଟେ ଇଟାଲୀ ଓ ରଇାନରୁ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ଇଟାଲୀରୁ ୨୧୮ ଜଣ ଭାରତୀୟ ଫେରିଥିବା ବେଳେ ଏମାନଙ୍କ ମଧ୍ୟରେ ୨୧୧ ଜଣ ଛାତ୍ର ଅଛନ୍ତି । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ଫେରାଇ ଅଣାଯାଇଛି। ସେହିପରି ଇରାନରୁ ୨୩୪ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ଏମାନଙ୍କ ମଧ୍ୟରେ ୧୩୧ ଜଣ ଛାତ୍ର ଓ ୧୦୩ ଜଣ ତୀର୍ଥ ଯାତ୍ରୀ ଅଛନ୍ତି। କରୋନା ମୁକାବିଲା ପାଇଁ ଆଇସୋଲେସନ୍‌ରେ ଭାରତ। ଆକାଶ ପଥ ପରେ ସଡକ ପଥ ବି ସିଲ୍‌ କରିଛି ଭାରତ। ବନ୍ଦ ହୋଇଛି ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାରକୁ ସଂଯୋଗ କରୁଥିବା ରାସ୍ତା। କର୍ତ୍ତାରପୁର କରିଡ଼ର ବି ସିଲ ହେବ।ପର୍ଯ୍ୟଟକଙ୍କୁ ବାରଣ ହେବା ପରେ ପର୍ଯ୍ୟଟନ ଶିଳ୍ପ ସଂପୂର୍ଣ୍ଣ ଦୋହଲି ଯାଇଛି। ହୋଟେଲ ଗୁଡ଼ିକରେ ସମସ୍ତ ବୁକିଂ ବାତିଲ ହୋଇ ଗଲାଣି। ଏବେ ସବୁ ପର୍ଯ୍ୟଟନ କ୍ଷେତ୍ର ଖାଁ ଖାଁ।

Leave A Reply

Your email address will not be published.