କରୋନା ଭାଇରସକୁ ନେଇ ଗାଇଡଲାଇନ୍ ଜାରି କଲା ଏନସିଡିସି, ଜାଣନ୍ତୁ ଭାଇରସରୁ ବର୍ତ୍ତିବା ପାଇଁ କେଉଁ ସବୁ ଦିଗ ପ୍ରତି ଦେବେ ବିଶେଷ ଧ୍ୟାନ
ନୂଆଦିଲ୍ଲୀ : କରୋନା ଭାଇରସକୁ ନେଇ ଦେଶବ୍ୟାପି ଆତଙ୍କ ଖେଳିଯାଇଛି । ବର୍ତ୍ତମାନ ସୁଦ୍ଧା ୬୦୦୦ରୁ ଅଧିକ କରୋନା ଭାଇରସରେ ମୃତ୍ୟୁବରଣ କରିସାରିଛି। ଭାରତରେ ମଧ୍ୟ ୧୧୮ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ସାରିଛନ୍ତି। ଏମାନଙ୍କ ମଧ୍ୟରୁ ୧୧ଜଣ ଠିକ୍ ହୋଇସାରିଥିବାବେଳେ କର୍ଣ୍ଣାଟକରେ ୨ଜଣଙ୍କ ମୃତ୍ୟୁ ହୋଇସାରିଛି।
ତେବେ ଏହା ଭିତରେ ଭାରତରେ ଭାଇରସ୍ ସଂକ୍ରମଣ ବୃଦ୍ଧିକୁ ଧ୍ୟାନରେ ରଖି ଏନସିଡିସି ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଆସନ୍ତୁ ଜାଣିବା ଏନସିଡିସି ଗାଇଡଲାଇନ୍ ଅନୁସାରେ କରୋନା ଭାଇରସରୁ ବର୍ତ୍ତିବା ପାଇଁ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ରଖିବା ଉଚିତ୍।
-କାଶ କିମ୍ବା ଛିଙ୍କ ଆସିବା ସମୟରେ ନିଜ ମୁହଁକୁ ଟିସୁ ପେପରରେ ଘୋଡାଇ ରଖନ୍ତୁ ଏବଂ ଉକ୍ତ ଟିସୁକୁ ବନ୍ଦ ଥିବା ଡଷ୍ଟବିନରେ ପକାଇ ଦିଅନ୍ତୁ।
-ଫୋନ୍ କିମ୍ବା ଅନ୍ୟାନ୍ୟ ଜିନିଷ ବ୍ୟବହାର କରୁଥିଲେ ଏହାର ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
-ଯଦି ଆପଣ କରୋନା ଭାଇରସର ସଙ୍କେତ ଦେଖୁଛନ୍ତି ତେବେ ତୁରନ୍ତ ଚିକିତ୍ସାଳ ଯାଇ ପରୀକ୍ଷା କରନ୍ତୁ ଏବଂ କୌଣସି ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତୁ ନାହିଁ।
-ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ।
-କୌଣସି ଲୋକଙ୍କ ସହିତ ହାତ ମିଳାନ୍ତୁ ନାହିଁ।
-ଯଦି ଆପଣଙ୍କୁ ଜ୍ବର,କଫ ଏବଂ ନିଃଶ୍ବାସ ନେବାକୁ ଅସୁବିଧା ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କୁ ଏ ବିଷୟରେ ସୂଚନା ଦିଅନ୍ତୁ।
-କୌଣସି ଭିଡ଼ ସ୍ଥାନରେ ଯାଆନ୍ତୁ ନାହିଁ ।
– ଅତି ଦରକାର ପଡ଼ିଲେ ଘରୁ ବାହାରନ୍ତୁ।
-କରୋନା ଭାଇରସରୁ ବର୍ତ୍ତିବା ପାଇଁ ସ୍ବଚ୍ଛତା ପ୍ରତି ଧ୍ୟାନ ରଖନ୍ତୁ। କୌଣସି ଜିନିଷକୁ ହାତ ଲଗାଇବା ପରେ ପାଖାପାଖି ୨୦ସେକେଣ୍ଡ ଯାଏଁ ହାତକୁ ଭଲ ଭାବେ ଧୁଅନ୍ତୁ।
-କାଶ ଆସିବାବେଳେ ଯଦି ଆପଣଙ୍କ ପାଖରେ ଟିସୁ ପେପର କିମ୍ବା ରୁମାଲ୍ ନାହିଁ ତେବେ ନିଜ ବାହୁ ଜରିଆରେ ମୁହଁ ଘୋଡ଼ାନ୍ତୁ।
– କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତୁ ନାହିଁ। କାଶ କିମ୍ବା ଥଣ୍ଡା ହୋଇଥିବା ବ୍ୟକ୍ତିଙ୍କଠୁ ୨ମିଟର ଦୂରରେ ରୁହନ୍ତୁ।
-ଆଖି,ନାକ କିମ୍ବା ମୁହଁରେ ବାରମ୍ବାର ହାତ ଲଗାନ୍ତୁ ନାହିଁ।
-ସାବୁନ କିମ୍ବା ସାନିଟାଇଜରରେ ହାତକୁ ଭଲ ଭାବେ ଧୁଅନ୍ତୁ।