କରୋନାରେ ପ୍ରାଣ ହରାଇଲେ ସ୍ପେନର ଯୁବ ଫୁଟବଲ କୋଚ୍‌

ସାରା ବିଶ୍ୱରେ କରୋନା ଭୟର ତାଣ୍ଡବ ରଚୁଥିବାବେଳେ ସ୍ପେନର ଜଣେ ଯୁବ ଫୁଟବଲ୍ କୋଚଙ୍କ ପ୍ରାଣ ନେଇଛି । ସ୍ପେନର ଫୁଟବଲ୍ କୋଚ୍ ଫ୍ରାନ୍ସିସ୍କୋ ଗ୍ରୋର୍ସିଆଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଜଣା ପଡିଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। କିଛିଦିନ ପୂର୍ବରୁ ତାଙ୍କ ଦେହରେ କରୋନା ସଂକ୍ରମଣର ସୂଚନା ମିଳିଥିଲା । ଗ୍ରୋର୍ସିଆ ୟୁଥ୍ ଟିମର ହେଡ୍ କୋଚ ରହିଥିଲେ । ଗ୍ରୋସିଆ ସ୍ପେନର ଜଣେ ପ୍ରତିଭାଶାଳୀ ଖେଳାଳୀ ରୂପେ ପରିଚିତ । ସେ କୋଚ୍ ଦାୟିତ୍ବ ସହ ମ୍ୟାନେଜର ପଦବୀ ମଧ୍ୟ ସମ୍ଭାଳିଥିଲେ । ମାତ୍ର ୨୧ ବର୍ଷ ବୟସରେ ଗ୍ରୋର୍ସିଆ ଜଣେ ପ୍ରଶିକ୍ଷକ ତଥା ମ୍ୟାନଜେର୍ ଭାବରେ ବେଶ ଧୂରୀଣ ଥିଲେ । ୟୁଥ୍ କ୍ଲବର କୋଚ୍ ରୂପେ ସେ ଦଳକୁ ଏକ ନୂତନ ଦିଶା ପ୍ରଦାନ କରିଥିଲେ ।

ff

ମଙ୍ଗଳବାର ଦିନ ସ୍ପେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୯୪୨ରେ ପହଞ୍ଚି ଥିବାବେଳେ ଏହି ରୋଗରେ ୩୪୨ ଜଣଙ୍କର ମୃତ୍ୟୁ ହୋଇଛି । ୫୩୨ ଜଣଙ୍କର ଚିକିତ୍ସା ପରେ ଏବେ ସୁସ୍ଥ ରହିଥିବାର ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.