ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ରିଲେସନସିପରେ ରହିବାକୁ ନେଇ ଖୁଲାସା କଲେ ସହନାଜ

ବିଗବସ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳା ଏବଂ ସହନାଜ ଗିଲଙ୍କ ଯୋଡି ଶୋ’ର ସବୁଠାରୁ ଚର୍ଚ୍ଚିତ ଯୋଡି। ବିଗବସ ଶୋ’ ରେ ଫ୍ୟାନ୍ସଙ୍କୁ ଦୁଇ ଜଣଙ୍କ ଯୋଡିକୁ ଖୁବ ପସନ୍ଦ କରିବା ସହ ସିଡ଼ନାଜ ନାଁ ରେ ଦୁଇ ଜଣଙ୍କ ନାଁ ଟ୍ରେଣ୍ଡ ଲାଗିଥିଲା। ସୂଚନା ମୁତାବକ ଦୁଇ ଜଣଙ୍କ ଗୀତ ‘ଭୁଲା ଦୁଙ୍ଗା’ ମଧ୍ୟ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି। ଏସବୁ ପରେ ସହନାଜ ସିଦ୍ଧାର୍ଥଙ୍କ ସହ ନିଜ ସମ୍ପର୍କକୁ ନେଇ ଏକ ବଡ ଖୁଲାସା କରିଛନ୍ତି।

ସହନାଜ ଗିଲ ସର୍ବଦା ସିଦ୍ଧାର୍ଥ ଶୁକ୍ଳାଙ୍କ ପାଇଁ ଭଲପାଇବା ଜାହିର କରିଥାନ୍ତି। ଏପରିକି ସହନାଜ ସିଦ୍ଧାର୍ଥଙ୍କୁ ବିବାହ କରିବା କଥା ମଧ୍ୟ କହିଥିଲେ। କିନ୍ତୁ ସିଦ୍ଧାର୍ଥ କେବେବି ଭୁଲରେ ସହନାଜଙ୍କ ପାଇଁ କିଛି ଫିଲ କରିବା କଥା ପ୍ରକାଶ କରିନାହାନ୍ତି। ସେ ସବୁବେଳେ ସହନାଜ ତାଙ୍କର ଭଲ ବନ୍ଧୁ ବୋଲି କହିଥାନ୍ତି। ରିପୋର୍ଟ ଅନୁଯାୟୀ ଏକ ସାକ୍ଷାତକାର ମାଧ୍ୟମରେ ସହନାଜ କହିଛନ୍ତି, ମୁଁ ସିଦ୍ଧାର୍ଥଙ୍କ ସହ ରିଲେସନସିପରେ ରହିଛି କିନ୍ତୁ କେବଳ ସାଙ୍ଗ ଭଳି। ମୁଁ ତାଙ୍କୁ ଭଲ ପାଉଛି କିନ୍ତୁ ତାଙ୍କଠାରୁ ଲଭ ୟୁ ଶୁଣିବା ପାଇଁ ଅପେକ୍ଷା କରିନି।

ସହନାଜ ଗିଲ ଏହା ମଧ୍ୟ କହିଛନ୍ତି ସିଦ୍ଧାର୍ଥ ମତେ ନେଇ ସେ ବହୁତ ପ୍ରୋଟେକ୍ଟିଭ ଏବଂ ମୋର ଧ୍ୟାନ ମଧ୍ୟ ରଖନ୍ତି। ମୁଁ ସବୁବେଳେ ତାଙ୍କ ସହ ବନ୍ଧୁତ୍ୱ ରଖିବାକୁ ଚାହୁଁଛି। ଏଥିପାଇଁ ମୁଁ ରିଲେସନସିପ କାରଣରୁ ବନ୍ଧୁତ୍ୱର ସମ୍ପର୍କ ଭାଙ୍ଗିବାକୁ ଚାହୁଁନି।

 

 

Leave A Reply

Your email address will not be published.