ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ହାତ ମିଳାଇଥିବା ଡାକ୍ତରଙ୍କୁ କରୋନା, ଗତ ସପ୍ତାହରେ ଭେଟିଥିଲେ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହସ୍ପିଟାଲ ବୁଲାଇଥିବା ଡାକ୍ତର ଡେନିସ ପ୍ରୋଟସେନକୋ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସମ୍ପୃକ୍ତ ଡାକ୍ତର ଜଣକ ପୁଟିନଙ୍କ ସହ ହ୍ୟାଣ୍ଡସେକ ମଧ୍ୟ କରିଥିଲେ। ଏଣୁ ପୁଟିନଙ୍କୁ କରୋନା ହେବା ଆଶଙ୍କା ବୃଦ୍ଧି ପାଇଛି।

corona positive

ଏନେଇ ଡାକ୍ତର ଡେନିସ କହିଛନ୍ତି ଯେ ହଁ ମତେ କରୋନା ହୋଇଛି। ମାତ୍ର ଏଥିରେ ଡରିବାର କିଛି ନାହିଁ। ମୁଁ ନିଜକୁ ଅଫିସରେ ଆଇସୋଲେସନରେ ରଖିଛି। ମୋ ଶରୀରର ଇମ୍ୟୁନିଟି ସିଷ୍ଟମ ମତେ ଲଢ଼ିବାରେ ନିଶ୍ଚୟ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

putin-protsenko-68

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ମାସରେ ପୁଟିନ କରୋନା ପ୍ରସ୍ତୁତି ଅନୁଧ୍ୟାନ କରିବାକୁ କୋମୁନର୍କା ହସ୍ପିଟାଲ ଗସ୍ତ କରିଥିଲେ। ସେହି ହସ୍ପିଟାଲର ଡାଇରେକ୍ଟର ହେଉଛନ୍ତି ଡାକ୍ତର ଡେନିସ। ପୁଟିନଙ୍କ ସହ ସାକ୍ଷାତ ବେଳେ ଡେନିସ ଗ୍ଲୋବସ ନ ପିନ୍ଧି ହାତ ମିଶାଇଥିଲେ। ଏବୁ ପୁଟିନଙ୍କୁ ମଧ୍ୟ କୋଭିଡ-୧୯ ହେବା ଆଶଙ୍କା ଦେଖାଦେଇଛି।

Leave A Reply

Your email address will not be published.