ରାଜ୍ୟରେ COVID-19 ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି, ଜାଣନ୍ତୁ ତାଙ୍କ ବିଷୟରେ ସବିଶେଷ ତଥ୍ୟ

ଭୁବନେଶ୍ବର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ତାଙ୍କର COVID-19 ରିପୋର୍ଟ ପଜେଟିଭ୍‌ ଆସିଛି । ସଂପୃକ୍ତ ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର । ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୨୯ବର୍ଷ ହେବ । କିଛି ଦିନ ହେଲା ସେ ଦୁବାଇରୁ ଫେରିଥିଲେ । ଏହା ପରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କୁ SCBକୁ ସ୍ଥାନାନ୍ତର କରାଯାଇଛି । କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ସ୍ୱାସ୍ଥ୍ୟ ସଚିବ।

ତେବେ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା।  ତାଙ୍କ ନମୁନା ପରୀକ୍ଷା କରାଯିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୬୧୦ଟି ଟେଷ୍ଟ ନମୁନା ପରୀକ୍ଷଣ କରାଯାଇଛି । ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ ପାଇଁ ଖୋଳତାଡ ଆରମ୍ଭ ହୋଇଛି । ଚଳିତ ମାସ ୧୬ ତାରିଖରେ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ସେହିପରି ୧୯ରେ ଦ୍ୱିତୀୟ ଓ ୨୬ରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.