Below header

କରୋନାରେ ସଂକ୍ରମିତ ହେଲେ ଡାକ୍ତର, ଭୟରେ ବନ୍ଦ କରାଗଲା ଦିଲ୍ଲୀର ସରକାରୀ ହସପିଟାଲ

କରୋନା ଭାଇରସ ଏବେ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି। ସମଗ୍ର ବିଶ୍ୱର ୨୦୨ଟି ରାଷ୍ଟ୍ର ଏବେ ଏହି ଭାଇରସ ଦ୍ୱାରା ସଂକ୍ରମିତ। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହଜାର ଟପିଲାଣି। ମୃତ୍ୟୁସଂଖ୍ୟା ୩୭ରେ ପହଞ୍ଚିଛି। ଭାଇରସ ନ ବ୍ୟାପିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ ମଧ୍ୟ କରିଛନ୍ତି। ଏପରି ସ୍ଥଳେ ଏବେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି।

hh

ଦିଲ୍ଲୀର ସରକାରୀ ହସପିଟାଲକୁ ଆଜି ବନ୍ଦ କରିଦିଆଯାଇଛି। ଏଠାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ କରୋନା ପଜେଟିଭ ବାହାରିଥିବାରୁ ହସପିଟାଲକୁ ବନ୍ଦ କରିଦିଆଯାଇଛି। ସେହି ଡାକ୍ତର ଜଣକ ଦିଲ୍ଲୀର ଷ୍ଟେଟ କ୍ୟାନସର ଇନଷ୍ଟିଚ୍ୟୁଟରେ କାମ କରୁଥିଲେ। ହସପିଟାଲର ବର୍ହିଃବିଭାଗ, ଅଫିସ ଏବଂ ଲ୍ୟାବକୁ ବନ୍ଦ କରି ସାନିଟାଇଜ କରାଯାଉଛି ବୋଲି ଜଣାପଡିଛି। ଯେଉଁମାନେ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଡାକ୍ତର ଜଣକ ୟୁକେରୁ ଫେରିଥିବା କୌଣସି ସଂପର୍କୀୟଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.