ଯଦି ଆପଣ ଅତି କମ ସମୟରେ କିଛି ପୌଷ୍ଟିକ ଆହାର ବନେଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଇଁ ସବୁଠୁ ଭଲ ବିକଳ୍ପ ଖେଚୁଡ଼ି ହେବ । ଆପଣ ମାନେ ହୁଏତ ଅନ୍ୟ ଖେଚୁଡ଼ି କରିଥିବେ ଓ ଖାଇଥିବେ ନିଶ୍ଚିତ । କିନ୍ତୁ ଥରେ ମସୁର ଡ଼ାଲିରେ ତିଆରି ଖେଚୁଡ଼ି ପ୍ରସ୍ତୁତ କରି ଖାଇ ଦେଖନ୍ତୁ । ଏହି ଡିସ ଟିକୁ ଅଧିକ ସୁଆଦିଆ ଓ ପୌଷ୍ଟିକ କରିବା ପାଇଁ ଏଥିରେ ଆପଣ ବିଭିନ୍ନ ପନିପରିବା ବି ମିଶେଇ ପାରିବେ । ଏହା ଏକ ସ୍ୱାସ୍ଥ୍ୟ ଵର୍ଦ୍ଦକ ହେବା ସହ ସ୍ୱାଦିଷ୍ଟ ବ୍ୟଞ୍ଜନ । ତେବେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
୧. ଏକ କପ ଚାଉଳ
୨. ଅଧା କପ ମସୁର ଡ଼ାଲି
୩. ଏକ ଚାମଚ ତେଲ
୪. ଏକ ଚାମଚ ଜିରା
୫. ଏକ ଚାମଚ ରସୁଣ
୬. ଗୋଟେ ଟମାଟୋ
୭. ହେଙ୍ଗୁ -ଗୋଟେ ଚୁଟକୀ
୮. ଅଧା ଚାମଚ ହଳଦୀ ଗୁଣ୍ଡ
୯. ଅଧା ଚାମଚ ଧନିଆ ପାଉଡର
୧୦. ଅଧା ଚାମଚ ଲଙ୍କା ଗୁଣ୍ଡ
୧୧. କିଛି ଗରମ ମସଲା ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ:
– ୪ ଘଣ୍ଟା ପର୍ଯ୍ୟନ୍ତ ମସୁର ଡ଼ାଲି ଧୋଇକି ବତୁରାନ୍ତୁ । ଆଉ ଚାଉଳକୁ ୩୦ ମିନିଟ ଯାଏଁ ଧୋଇକି ବତୁରାନ୍ତୁ ।
– ପ୍ରେସର କୁକରରେ କିଛି ତେଲ ଗରମ କରନ୍ତୁ । ତେଲ ଗରମ ହେଲେ ସେଥିରେ ଜିରା ପକାନ୍ତୁ । ଏବେ ସେଥିରେ କଟା ଯାଇଥିବା ରସୁଣ ଦିଅନ୍ତୁ | ରସୁଣ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଘାଟନ୍ତୁ ।
– ଏବେ ସେଥିରେ ହେଙ୍ଗୁ, ହଳଦୀ ଗୁଣ୍ଡ, ଟମାଟୋ ଭଲ ଭାବେ ମିଶାନ୍ତୁ ।
– ଭଲ ଭାବେ ମିଶି ଗଲେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା ଗୁଣ୍ଡ ପକାନ୍ତୁ । ଏବେ ସେଥିରେ ପୂର୍ବରୁ ଭିଜା ଯାଇଥିବା ଚାଉଳ ଓ ଡ଼ାଲି ମିଶାନ୍ତୁ ।
– ଭଲ ଭାବେ ଗୋଳେଇ ସାରିବା ପରେ ସେଥିରେ ପାଣି ଓ ଲୁଣ ସ୍ୱାଦ ଅନୁଯାୟୀ ମିଶାନ୍ତୁ ।
– ଗୋଟିଏ ବା ଦୁଇଟି ସିଟି ବାହାରିବା ପରେ ବନ୍ଦ କରି ଦିଅନ୍ତୁ ।
– କିଛି ସାଲାଡ ବା ରାୟତା ସହ ସମସ୍ତଙ୍କୁ ପରଶନ୍ତୁ ।