Below header

ଲକ୍‌ଡାଉନ ସମୟରେ ଜୀବିତ ବ୍ୟକ୍ତିଙ୍କୁ ମୃତ କହି ଆମ୍ବୁଲାନ୍ସରେ ଯାଉଥିଲେ ଘରକୁ, ପୋଲିସ ଧରିବା ପରେ ହେଲା ଏଭଳି ଅବସ୍ଥା

ଶ୍ରୀନଗର: କରୋନା ଭାଇରସରୁ ମୁକୁଳିବା ପାଇଁ କେନ୍ଦ୍ର ସରକାର ଭାରତକୁ ୨୧ ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ କିଛି ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି । ଏପ୍ରିଲ୍୧୪ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍ଡାଉନ୍ ଜାରି ରହିଥିବାବେଳେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯାଇଛି।

ambulance

ଜମ୍ମୁ କଶ୍ମୀରର ପୁଂଛ ଜିଲ୍ଲାରେ ଜଣେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ଆମ୍ବୁଲାନ୍ସରେ ଘରକୁ ନିଆଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ସୁରନକୋଟରେ ଧରାପଡ଼ିଥବା ଏହି ଆମ୍ବୁଲାନ୍ସ ଭିତରେ ଜଣେ ଜୀବିତ ବ୍ୟକ୍ତି ଶୋଇଥିବା ବେଳେ ଅନ୍ୟ ଚାରି ଜଣ ବସିଥିଲେ । ମିଛ ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ସେମାନଙ୍କ ପାଖେ ରହିଥିଲା । ପୋଲିସ ଆମ୍ବୁଲାନ୍ସ ଚାଳକଙ୍କୁ ଗିରଫ କରି ଅନ୍ୟ ଚାରି ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିଛି । ଏଥି ସହିତ ପୋଲିସ ଆମ୍ବୁଲାନ୍ସ ଓ ମିଛ ମୃତ୍ୟୁ ପ୍ରମାଣପତ୍ରକୁ ମଧ୍ୟ ଜବତ କରିଛି । ପୋଲିସ୍ ପାଞ୍ଚ ଜଣଙ୍କ ବିରୋଧରେ ଆଇପିସି ଧାରା ୧୮୮, ୨୬୯, ୪୨୦, ୧୦୯ ଅନ୍ତର୍ଗତ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.