ସାଓମୀ ଦେଲା ବଡ ଝଟକା, Mi ଏବଂ Redmi ବଢାଇଲା ସ୍ମାର୍ଟଫୋନ ମୂଲ୍ୟ

Oppo ପରେ ଏବେ ଚୀନର ଆଉ ଏକ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ MI ଏବଂ Redmi ସିରିଜର ସବୁ ଫୋନର ମୂଲ୍ୟର ବଢାଇଦେଇଛି। ମୋବାଇଲ ଉପରେ ଲାଗୁଥିବା ଜିଏସଟି ଦର ବୃଦ୍ଧି ହୋଇଥିବା ଯୋଗୁଁ ଏହିସବୁ ଫୋନର ମୂଲ୍ୟ ବୃଦ୍ଧି ହୋଇଛି। ନିକଟରେ ଭାରତ ସରକାରେ ଫୋନ ଉପରେ ଲାଗୁଥିବା ଜିଏସ୍‌ଟି ୧୨ ପ୍ରତିଶତରୁ ବୃଦ୍ଧି କରି ୧୮ ପ୍ରତିଶତ କରିଦେଇଛନ୍ତି। ଖୁବଶୀଘ୍ର ସାସମୀ ପକ୍ଷରୁ ବୃଦ୍ଧି ହୋଇଥିବା ମୂଲ୍ୟକୁ ଅପଡେଟ କରାଯିବ।

phone

ସାଓମୀ ଟ୍ଵିଟ୍‌ କରି ଲେଖିଛି, ଜିଏସ୍‌ଟିରେ ବହୁତ ବଡ ପରିବର୍ତ୍ତନ ହୋଇଛି। ୧୨ ପ୍ରତିଶତରୁ ଏହା ୧୮ ପ୍ରତିଶତ ବଢିଛି। ଏଥିପାଇଁ ମୋବାଇଲ ପ୍ରଡକ୍ଟ ମୂଲ୍ୟ ବଢାଇବା ପାଇଁ ଫଇସଲା କରିଛି। ଏହି ମୂଲ୍ୟ ଆଜିଠାରୁ ଲାଗୁ ହେବ। ସାଓମୀର ସିଇଓ ମନୁ କୁମାର ଜୈନ ଏହା ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.