କରୋନା ଆତଙ୍କ : କମ ବୟସଙ୍କ ଜୀବନ ନେଉଛି କରୋନା, ବ୍ରିଟେନରେ ୧୩ ବର୍ଷର ବାଳକ ଓ ଭାରତରେ ୨୫ ବର୍ଷ ଯୁବକଙ୍କ ମୃତ୍ୟୁ

କୋଭିଡ-୧୯ର ସକାରାତ୍ମକ ପରୀକ୍ଷଣ ପରେ ବ୍ରିଟେନରେ ଏକ ୧୩ ବର୍ଷ ବାଳକର ମୃତ୍ୟୁ ହୋଇଛି । ବ୍ରିଟେନ ସ୍ଥିତ କିଙ୍ଗସ କଲେଜ ହସ୍ପିଟାଲରେ ହୋଇଥିବା ଏହି କରୋନା ମୃତ୍ୟୁକୁ ଦେଶର ସର୍ବକନିଷ୍ଠ କରୋନା ମୃତ୍ୟୁ ବୋଲି ଧରାଯାଉଛି । ଅନ୍ୟପକ୍ଷରେ ଏହା ପୂର୍ବରୁ ବେଲଜିୟମ ଦେଶରେ କରୋନା ଭାଇରସରେ ଆକ୍ରାନ୍ତ ଏକ ୧୨ ବର୍ଷୀୟ ଝିଅକୁ ସର୍ବ କନିଷ୍ଠ କରୋନା ପୀଡିତ ବୋଲି ଧରାଯାଉଥିଲା । ମୃତ୍ୟୁ ହୋଇଥିବା ୧୩ ବର୍ଷୀୟ ବାଳକର ପରିବାର ଅନୁଯାୟୀ ବାଳକ ଟିର ଶରୀରରେ କରୋନା ଲକ୍ଷଣ ଦେଖାଯିବା କ୍ଷଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା ।

corona

ପ୍ରଥମେ ପ୍ରଥମେ ବାଳକ ଟିକୁ ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ବେଳେ ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଜଟିଳ ହୋଇ କୋମାକୁ ଚାଲିଯାଇଥିଲା । କିନ୍ତୁ ଗତକାଲି ସକାଳେ ବାଳକ ଟିର ମୃତ୍ୟୁ ହୋଇଯାଇଛି । ଏବାବଦରେ କିଙ୍ଗସ କଲେଜର ଜଣେ ଡାକ୍ତରଙ୍କ ଅନୁଯାୟୀ, ଆମ ସମସ୍ତଙ୍କର ପୂର୍ବରୁ ଧାରଣା ଥିଲା ଯେ ବୟସ୍କଙ୍କ ଅପେକ୍ଷା ପିଲାଙ୍କ ଠାରେ କୋଭିଡ-୧୯ ଆକ୍ରାନ୍ତ ହେବାର ଆଶଙ୍କା କମ ଥାଏ । କିନ୍ତୁ ଏହି ଘଟଣା ସମସ୍ତ ଧାରଣାକୁ ଭୁଲ ପ୍ରମାଣିତ କରିଛି । କହିରଖିବା ଉଚିତ ହେବକି, ଗତ ୨୪ ଘଣ୍ଟା ଭିତରେ ବ୍ରିଟେନରେ ୩୮୨ କରୋନା ଜନିତ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

corona

ଭାରତର ସର୍ବକନିଷ୍ଠ କରୋନା ମୃତ୍ୟୁ:

ଏଯାବତ ଆମ ଦେଶ ଭାରତରେ ପ୍ରାୟ ୧୫୦୦ ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଲେଣି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ କୁ ଛୁଇଁଲାଣି । ଆଜି ସକାଳେ ଉତ୍ତର ପ୍ରଦେଶ ରାଜ୍ୟର ଗୋରଖପୁର ଜିଲ୍ଲାରେ ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । ଏହାକୁ ଦେଶର ସର୍ବକନିଷ୍ଠ କରୋନା ଜନିତ ମୃତ୍ୟୁ ବୋଲି ଧରାଯାଉଛି । ଏହା ପୂର୍ବରୁ ବିହାର ରାଜ୍ୟର ପାଟଣା ସହରରେ ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.