ମାଇକରେ ଗୀତ ଗାଇ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଲେ ଏହି ପୋଲିସ ଅଧିକାରୀ, ଏମିତି କହି ପ୍ରଶଂସା କଲେ ସୁରେଶ ରାଇନା

ଛତିଶଗଡର ବିଳାଶପୁରରେ ପୋଲିସ ଅଧିକାରୀ ଅଭିନବ ଉପାଧ୍ୟାୟ କରୋନା ଦୂରେଇ ରହିବା ପାଇଁ ଲୋକଙ୍କୁ ଗୀତ ଗାଇ ସଚେତନ କରାଇଥିଲେ, ଯାହାର ଭିଡିଓ ଖୁବ ଭାଇରଲ ହୋଇଥିଲା । ସେ ନିଜ ଗୀତ ଜରିଆରେ ଲୋକଙ୍କୁ ଘରେ ରହିବାକୁ ଏବଂ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେଇଥିଲେ । ତାଙ୍କ ଦ୍ୱାରା କରାଯାଇଥିବା ଏହି କାମ ସମସ୍ତକୁ ପସନ୍ଦ ବି ଆସିଥିଲା । ଏବେ ଭାରତୀୟ କ୍ରିକେଟର ସୁରେଶ ରାଇନା ପୋଲିସ ଅଧିକାରୀଙ୍କ ଏହି କାମକୁ ବେଶ ପ୍ରଶଂସା କରିଛନ୍ତି ।

ଇନଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ଏହା ଦେଖି ମୋତେ ବହୁତ ଖୁସି ଲାଗୁଛି କି, ପୋଲିସ ଅଧିକାରୀ ଅଭିନବ ଉପାଧ୍ୟାୟ ସମସ୍ତଙ୍କ ପାଇଁ ଏଭଳି ମୁସ୍କିଲ ସମୟରେ ସକାରାତ୍ମକତା ବିଛାଉଛନ୍ତି । ଏ ସମସ୍ତ ଲୋକ ଆମ ପାଇଁ ବାହାରେ ରହି ଆମର ସୁରକ୍ଷା କରୁଛନ୍ତି । ଆମର ମଧ୍ୟ ଦାୟିତ୍ୱ ଅଛି କି ସେହି ଲୋକଙ୍କ ପାଇଁ ଘରେ ରହିବା ।

Leave A Reply

Your email address will not be published.