କାଶ- ଛିଙ୍କରେ ୮ ମିଟର ଯାଏଁ ଯାଇପାରେ କରୋନା ଭାଇରସ, ଦୀର୍ଘ ଦିନ ପର୍ଯ୍ୟନ୍ତ ବଞ୍ଚିପାରେ ପବନରେ

କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ କମ ସେ କମ ୧ ମିଟର ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। କିନ୍ତୁ ଏବେ ଏକ ନୂଆ ରିସର୍ଚ୍ଚରେ ଜଣାପଡ଼ିଛି ଯେ କରୋନା ୧ ମିଟର ନୁହେଁ ବରଂ ୮ ମିଟର ପର୍ଯ୍ୟନ୍ତ ଲୋକଙ୍କୁ ସଂକ୍ରମିତ କରିପାରେ। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏହି ଦୂରତା ପର୍ଯ୍ୟାପ୍ତ ନୁହେଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକା ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧକ କେନ୍ଦ୍ର।

What Is the Coronavirus, and Are You at Risk of Catching It? | Allure

ରିସର୍ଚ୍ଚରେ ଭାଗ ନେଇଥିବା MIT ର ଆସୋସିଏଟ ପ୍ରଫେସର ଲିଡିୟା ବୁରୁଇବା କହିଛନ୍ତି ଯେ କାଶ ଓ ଛିଙ୍କରୁ ବାହାରୁଥିବା ସୂକ୍ଷ୍ମ ଛେପ ୨୩-୨୭ ଫୁଟ ବା ୭-୮ ମିଟର ଯାଏଁ ଯାଇପାରେ। ଏଣୁ ଏହା ମାଧ୍ୟମରେ ମଧ୍ୟ କରୋନା ଭୂତାଣୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରିପାରେ ବୋଲି ସେ କହିଛନ୍ତି।

Coronavirus in India: 92 new cases, 4 deaths reported in last 24 ...

ସୂଚନାଯୋଗ୍ୟ ଯେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ରୋଗର ଔଷଧ ଏବେ ଯାଏଁ ବାହାରିପାରିନଥିବାରୁ ରୋଗୀଙ୍କ ସଂଖ୍ୟା ବଢୁଛି। କରୋନା ଯୋଗୁ ସାରା ବିଶ୍ୱରେ ୯,୩୭,୫୬୭ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୪୭,୨୫୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଭାରତରେ ୧୯୬୫ଟି କରୋନା ପଜିଟିଭ ବାହାରିଥିବା ବେଳେ ୫୦ ଜଣଙ୍କ ଜୀବନ ଯାଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.