କରୋନା ମୁକାବିଲାରେ BMCକୁ ସାଥ ଦେଲେ ଶାହରୁଖ ଓ ଗୌରୀ, କୋଭିଡ-19 ଆକ୍ରାନ୍ତଙ୍କ ସାହାଯ୍ୟ ନିମନ୍ତେ 4 ମହଲା ଅଫିସ କଲେ ଖାଲି
କରୋନା ଭାଇରସ ମୁକାବିଲା ପାଇଁ ଚାଲିଥିବା ଏହି ଲଢେଇରେ ବଲିଉଡ ବାଦଶାହ ଶାହରୁଖ ଖାନ ଓ ତାଙ୍କ ସ୍ତ୍ରୀ ଗୌରୀ ଖାନଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି। ନିକଟରେ ବ୍ରିହାନମୁମ୍ବାଇ ନଗର ନିଗମ(BMC) ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ ଟୁଇଟ କରିଛି। ଏଥିରେ BMC ଉଭୟଙ୍କୁ ଧନ୍ୟବାଦ ଜଣାଇଛି।
We thank @iamsrk & @gaurikhan for offering their 4-storey personal office space to help expand our Quarantine capacity equipped with essentials for quarantined children, women & elderly.
Indeed a thoughtful & timely gesture!#AnythingForMumbai#NaToCorona https://t.co/4p9el14CvF
— माझी Mumbai, आपली BMC (@mybmc) April 4, 2020
BMC କହିଛି ଯେ ‘ଆପଣ ନିଜ ଆଡୁ ଆପଣଙ୍କର 4 ମହଲା ଅଫିସ ବିଲ୍ଡିଂକୁ ଆମକୁ କ୍ୱାରେଣ୍ଟାଇନ ରୁମ କରିବା ପାଇଁ ହସ୍ତାନ୍ତର କରିଛନ୍ତି। ଏମିତି କରି ଆପଣ ଅନେକ ଛୋଟ ପିଲା, ମହିଳା ଏବଂ ବୃଦ୍ଧ ଲୋକଙ୍କର ସହାୟତା କରିଛନ୍ତି’।
ତେବେ ଶାହରୁଖଙ୍କ ଭଳି ଅନୁଷ୍କା ଶର୍ମା, ବିରାଟ କୋହଲି, ସଲମାନ ଖାନ ଏବଂ କେତେଜଣ କ୍ରିକେଟ ଖେଳାଳି ବି ଗରିବଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି।