Below header

କଳିଙ୍ଗ ଟିଭିରେ ଆଜି ଅପରାହ୍ନ ୩ଟାରେ ପ୍ରସାରିତ ହେବ ଚଳଚିତ୍ର ‘କହେ ବଲ୍ଲଭ ‘

କଳିଙ୍ଗଟିଭିରେ ଆଜି ଅପରାହ୍ନ ୩ଟାରେ ପ୍ରସାରିତ ହେବ ଗବେଷଣାତ୍ମକ ପ୍ରାମାଣିକ ଚଳଚିତ୍ର ‘କହେବଲ୍ଲଭ’ । ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ପ୍ରତି ସଦା ସମର୍ପିତ କାଦମ୍ବିନୀ ମିଡ଼ିଆ ଦ୍ୱାରା ପ୍ରସ୍ତୁତ ଭଦ୍ରକର ପ୍ରସିଦ୍ଧ ତଥା ବହୁ ପ୍ରାଚୀନ ଲୋକନାଟ୍ୟ କଳା ‘ମୋଗଲ ତାମସା’କୁ ନେଇ ତିଆରି ହୋଇଛି ଏହି ପ୍ରାମାଣିକ ଗବେଷଣାତ୍ମକ ଚଳଚିତ୍ର ‘କହେ ବଲ୍ଲଭ ‘। ଏହି ପ୍ରାଚୀନ ଲୋକ ନାଟ୍ୟ କଳା କ୍ରମଶଃ ହଜି ଯାଉଥିବା ବେଳେ ‘କହେ ବଲ୍ଲଭ’ ଏଥିନେଇ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି। କେବଳ ସେତିକି ନୁହେଁ ‘କହେ ବଲ୍ଲଭ ‘ ୨୦୧୮ ମସିହା ପାଇଁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ଭାବେ ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାର ମଧ୍ୟ ଲାଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.