Below header

ଆଜି ରାଜ୍ୟରେ ବଜ୍ରପାତ ସହିତ ବର୍ଷା ସମ୍ଭାବନା, କେତେକ ସ୍ଥାନରେ ଜାରି ହେଲା ୟେଲୋ ୱାରନିଙ୍ଗ

ଆଜି ଅପରାନ୍ହରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଅନ୍ୟ କେତେକ ଅଞ୍ଚଳରେ ଗୁଡ଼ିକରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି ବୋଲି କହିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକ ଭିତରେ ରହିଛନ୍ତି ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର, କୋରାପୁଟ , ରାୟଗଡ଼ା, ମାଲକାନଗିରି । ଏଗୁଡ଼ିକ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ଜଣାଯାଇଛି ।

ଓଡ଼ିଶାର ଉତ୍ତର ତଥା -ଉପକୂଳବର୍ତ୍ତୀ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ସେଗୁଡ଼ିକରେ ୟେଲୋ ବାର୍ଣ୍ଣିଙ୍ଗ ଜାରି କରାଯାଇଛି । ସେଗୁଡ଼ିକ ଭିତରେ ରହିଛି ଖୋର୍ଦ୍ଧା, ନୟାଗଡ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର,କଳାହାଣ୍ଡି, କନ୍ଧମାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.