ବେବି ଅଏଲ୍‌ର ରହିଛି ଅନେକ ଉପକାରୀ ଗୁଣ, ଏମିତି କରନ୍ତୁ ତ୍ୱଚାରେ ବ୍ୟବହାର

ପିଲାଙ୍କ ତ୍ୱଚାର ସୁରକ୍ଷା ସହ ହାଡ଼କୁ ମଜଭୁତ କରିବା ଲାଗି ବ୍ୟବହାର କରାଯାଉଥିବା ବେବି ଅଏଲ୍ ବଡ଼ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ବେଶ୍ ଉପକାରୀ ।

-ତ୍ୱଚା ରୁକ୍ଷ ହେବା ଏବଂ ଫାଟିବା ଆଦି ସମସ୍ୟା ଦୂର କରିବା ଲାଗି ଅଧିକାଂଶ ବଡିଲୋସନର ସାହାଯ୍ୟ ନେଉଥିବାର ଦେଖିବାକୁ ମିଳୁଛି । ହେଲେ ଏହା ବଦଳରେ ଆପଣ ଚାହିଁଲେ ବେବି ଅଏଲ୍ ବ୍ୟବହାର କରିପାରିବେ । କାରଣ ଏହା ତ୍ୱଚାକୁ ମଶ୍ଚରାଇଜ୍ କରିବା ସହ ପିଲାଙ୍କ ଭଳି କୋମଳ ଏବଂ ସତେଜ କରିଥାଏ ।

baby

-ଆଖି ଏବଂ ଓଠର ମେକ୍‌ଅପ୍ ରିମୁଭ୍ କରିବା ଲାଗି କୌଣସି କ୍ଲିଞ୍ଜର ବଦଳରେ ବେବି ଅଏଲ୍ ବ୍ୟବହାର କରିପାରିବେ ।

– ବେଳେବେଳେ ଅଧିକ ରୁକ୍ଷ ହୋଇ କିମ୍ବା ଅନ୍ୟ କୌଣସି କାରଣରୁ ତ୍ୱଚାରୁ କାତି ଛାଡିବା ଭଳି ଲାଗିଥାଏ । ବିଶେଷକରି ହାତ, କହୁଣି, ଆଣ୍ଠୁ ଆଦି ସ୍ଥାନରେ ଏପରି ହୋଇଥାଏ । ଏହାକୁ ଦୂର କରିବା ଲାଗି ପ୍ରତିଦିନ ବେବି ଅଏଲ୍ ମସାଜ୍ କରିବା ଲାଭଦାୟକ ।

foot

-ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କ ପେଟରେ ଷ୍ଟ୍ରେଚ୍‌ମାର୍କ ରହିଥିବା ଦେଖିବାକୁ ମିଳେ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ବେବି ଅଏଲ୍ ମସାଜ କଲେ ଏହି ସମସ୍ୟା ଦୂର ହୋଇଥାଏ ।

-କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ଏହା ଖୁବ୍ ଭଲ । ଯଦି କେଶକୁ କୋମଳ ଏବଂ ଉଜ୍ଜ୍ୱଳ କରିବାକୁ ଚାହୁଁଛନ୍ତି, ତେବେ ଭଲ ଭାବେ ବେବି ଅଏଲ୍ ମସାଜ କରି ଏକ ଟାୱାଲ୍‌କୁ ଗରମ ପାଣିରେ ବୁଡାଇ ଚିପୁଡି କେଶରେ ଷ୍ଟିମ୍ ଦିଅନ୍ତୁ । ୧୫ ମିନିଟ୍ ପରେ ଶ୍ୟାମ୍ପ କରିଦିଅନ୍ତୁ ।

hair

– ଯେଉଁମାନଙ୍କ ଆଇବ୍ରୋ ପତଳା, ସେମାନେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଉପାୟ ଆପଣେଇଥାନ୍ତି । ହେଲେ ଆପଣ ଜାଣନ୍ତି କି ପ୍ରତିଦିନ ଶୋଇବା ପୂର୍ବରୁ ଆଇବ୍ରୋରେ ବେବି ଅଏଲ୍ ମସାଜ କରିବା ଦ୍ୱାରା ଏହା ଧୀରେ ଧୀରେ ଘନ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.