କରୋନା ଯୋଦ୍ଧା ସଂକ୍ରମଣ ଦୂର କରନ୍ତି, ବଢ଼ାନ୍ତି ନାହିଁ, ନିଜ ମନରୁ ଦୂର କରନ୍ତୁ ଏହି ସବୁ ଭୁଲ ଧାରଣା

ଦେଶର ଅନେକ ସ୍ଥାନରେ କରୋନା ସହ ଲଢ଼ୁଥିବା ପ୍ରକୃତ ଯୋଦ୍ଧାଙ୍କୁ ଦୁଇ ଦୁଇଟି ଯୁଦ୍ଧ ସହ ଲଢ଼ିବାକୁ ପଡୁଛି । ଗୋଟେ ପଟେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆପ୍ରାଣ ଉଦ୍ୟମ ଚଲାଇଥିବା ବେଳେ ଅନ୍ୟ ପଟେ ତାଙ୍କ ଆଖପାଖର ଲୋକଙ୍କ ଛି ଛାକରର ସାମ୍ନା କରି ବାସନ୍ଦ ହେବାକୁ ପଡୁଛି । କାରଣ, କିଛି ଲୋକଙ୍କ ମନରେ ବସା ବାନ୍ଧିଛିକି, କରୋନା ଯୋଦ୍ଧା ଓ ସୁସ୍ଥ ହୋଇ ଫେରିଥିବା ଲୋକଙ୍କ ଠାରୁ ବି ସଂକ୍ରମଣର ଅନେକ ଆଶଙ୍କା ଅଛି । ଖାଲି ସେତିକି ନୁହେଁ ଏକ ନିର୍ଦ୍ଦିଷ୍ଟ ସମୁଦାୟ, ନିର୍ଦ୍ଦିଷ୍ଟ ସ୍ଥାନକୁ ଲୋକେ ନିଜ ମନରେ ଭୁଲ ଧାରଣା ରଖୁଥିବା ବେଳେ ସେଗୁଡିକୁ ନେଇ ନିଜ ନିଜ ଭିତରେ ଆଲୋଚନା କରିବାକୁ ମଧ୍ୟ ପଛାଉ ନାହାନ୍ତି ।

corona virus

ଲୋକଙ୍କ ଏପରି ଧାରଣାକୁ ସ୍ୱାସ୍ଥ୍ୟ ବିଭାଗ ସଭ୍ୟ ସମାଜ ପ୍ରତି ଏକ କଳଙ୍କ ବୋଲି କହିଛନ୍ତି । ବେଳ ଥାଉ ଥାଉ ଯଦି ଉଚିତ ପଦକ୍ଷେପ ନ ନିଆଯାଏ ତେବେ ଆଗକୁ ସ୍ଥିତି ଆହୁରି ସଂଗୀନ ହୋଇଯାଇପାରେ । ଦେଶର କାନୂନ ବ୍ୟବସ୍ଥା ବିଗିଡ଼ିବା ସହିତ ଅରାଜକତା ମଧ୍ୟ ସୃଷ୍ଟି ହୋଇପାରେ । ତେଣୁ କେବଳ ପ୍ରାମାଣିକ ସୂଚନା ଯେପରିକି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବା ଡବ୍ଲୁଏଚଓ ଦେଉଥିବା ତଥ୍ୟ ଗୁଡିକୁ ଗ୍ରହଣ କରିବା ପାଇଁ ସରକାର ବାରମ୍ବାର ପ୍ରଚାର କରୁଛନ୍ତି । ବିଭିନ୍ନ ସୋସିଆଲ ମିଡ଼ିଆରେ କୌଣସି ସୂଚନା ଦେବା ଆଗରୁ ସେଗୁଡିକୁ ତନାଘନା ବି କରିନେବା ନିହାତି ଆବଶ୍ୟକ । ଯେତେ ଦୂର ସମ୍ଭବ ସକାରାତ୍ମକ ସୂଚନା ମାନ ହିଁ ସମସ୍ତଙ୍କ ସହ ସେୟାର କରିବା ଉଚିତ ।

 

corona virus

ସର୍ବ ପ୍ରଥମେ ଏହି ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ:

– କରୋନା ଏକ ଅତ୍ୟନ୍ତ ସଂକ୍ରମଣାତ୍ମକ ରୋଗ । ଏହା ଖୁବ କ୍ଷିପ୍ର ଗତିରେ ବ୍ୟାପିଥାଏ । ଏହା ଠାରୁ ରକ୍ଷା ପାଇବାର ସର୍ବୋତ୍ତମ ଉପାୟ ହେଉଛି ସାମାଜିକ ଦୂରତା ସମେତ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା । ଏଥିପାଇଁ ନିଜ ହାତକୁ ସବୁବେଳେ ସଫା ରଖନ୍ତୁ | କାଶିବା ବା ଛିଙ୍କିବା ବେଳେ ମୁହଁରେ କପଡା କିମ୍ବା ରୁମଲ ଦିଅନ୍ତୁ ।

– ଯଦି ଆପଣଙ୍କ ଆଖପାଖର କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୁଅନ୍ତି । ତେବେ ଆଦୌ ଡ଼ରନ୍ତୁ ନାହିଁ । ପୀଡ଼ିତ ଓ ତାଙ୍କ ପରିବାରର ଯଥା ସମ୍ଭବ ସାହାଯ୍ୟ କରନ୍ତୁ ।

coronavirus

– ଯେଉଁ ମାନେ ଏହି ମାରାତ୍ମକ ଭାଇରସ ସହ ଲଢ଼ିବା ପାଇଁ ଅହରହ ଚେଷ୍ଟା ଚଳାଇଛନ୍ତି ଯେମିତିକି ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ସଫେଇ କର୍ମଚାରୀଙ୍କୁ ଘୃଣା ଦୃଷ୍ଟିରେ ଦେଖନ୍ତୁ ନାହିଁ କି କୌଣସି ପ୍ରକାର ମାନସିକ ଆଘାତ ଦିଅନ୍ତୁ ନାହିଁ । ସେମାନଙ୍କୁ ସମର୍ଥନ କରିବା ସହ ଉତ୍ସାହିତ କରନ୍ତୁ ।

-ଯେଉଁ ମାନେ ସଂକ୍ରମିତ କିମ୍ବା କ୍ଵରେଣ୍ଟିଂନରେ ଅଛନ୍ତି ସେମାନଙ୍କ ପରିଚୟ ଗୁପ୍ତ ରଖନ୍ତୁ । ତାଙ୍କ ବିଷୟରେ କୌଣସି ପ୍ରକାର ତଥ୍ୟ ପଦାରେ ପ୍ରକାଶ କରନ୍ତୁ ନାହିଁ ।

– ଭୟର ବାତାବରଣ ସୃଷ୍ଟି କରନ୍ତୁ ନାହିଁ କି କୌଣସି ନିର୍ଦ୍ଦିଷ୍ଟ ସମୁଦାୟକୁ ଏଥିପାଇଁ ଦାୟୀ ବୋଲି ସିଧାସଳଖ
ଆଙ୍ଗୁଳି ଉଠାନ୍ତୁ ନାହିଁ ।

 

 

Leave A Reply

Your email address will not be published.