ରବିନା ଟଣ୍ଡନ ଝିଅର ବିବାହରେ ଏମିତି ଷ୍ଟାଇଲରେ ଆସିଥିଲେ ନଜର, ଘରେ ବସି ଡ୍ରିମ ୱେଡିଙ୍ଗ ଆଲବମରୁ ସେୟାର କଲେ କିଛି ଫଟୋ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ନିଜ ଝିଅ ଛାୟା ମଲାନେଙ୍କ ଡ୍ରିମ ୱେଡିଙ୍ଗ ଆଲବମରୁ କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି। ଏଗୁଡ଼ିକୁ ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ରବିନା ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି ଯେ ‘କିଛି ମୁହୂର୍ତ୍ତ ଏତେ ସୁନ୍ଦର ହୋଇଥାଏ ଯେ ତାହା ଆମ ମନ ଭିତରେ ସବୁବେଳେ ରହିଯାଇଥାଏ। ଅସ୍ଲେ ରେବେଲୋ ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ମୋ ଛାୟୁ ପାଇଁ ଏତେ ସୁନ୍ଦର ୱେଡିଙ୍ଗ ଗାଉନ ଡିଜାଇନ କରିଛନ୍ତି। ଏ ସବୁ ଆପଣ ସମସ୍ତଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ଯୋଗୁ ହୋଇପାରିଲା’।

i

ଫଟୋରେ ରବିନା ଏକ ପ୍ଲେନ ବ୍ଲୁ କଲର ଗାଉନରେ ନଜର ଆସୁଥିବା ବେଳେ ଛାୟା ହ୍ଵାଇଟ ରଙ୍ଗର ଗାଉନ ପିନ୍ଧିଥିବା ନଜର ଆସୁଛନ୍ତି। ଛାୟାଙ୍କ ଗାଉନର ବେକ ଏବଂ ହାତ ପାଖରେ ନେଟ କାମ ହୋଇଛି।

ସୂଚନାଥାଉ କି, ରବିନାଙ୍କ ଝିଅ ଛାୟା ଗୋଆରେ ରହୁଥିବା ସନ ମେଣ୍ଡେସଙ୍କୁ 2016 ଜାନୁଆରୀରେ ବିବାହ କରିଥିଲେ। ରବିନା 1990ରେ ପୂଜା ଓ ଛାୟାଙ୍କୁ କୋଳେଇ ନେଇଥିଲେ। ସେହି ସମୟରେ ସେ ସିଙ୍ଗଲ ମଦର ଥିଲେ। ଏହାପରେ 2004ରେ ଅନୀଲ ଥଣ୍ଡାନିଙ୍କୁ ବିବାହ କରିଥିଲେ।

Leave A Reply

Your email address will not be published.