ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ବର୍ତ୍ତମାନ ସମୟରେ ଓଡିଶା ଫେରାଇ ଅଣା ନଯାଉ, ନଚେତ ସ୍ଥିତି ସାଙ୍ଘାତିକ ହୋଇଯିବ: ନିରଞ୍ଜନ ପଟ୍ଟନାୟକ

କେନ୍ୟୁଜ(ବ୍ୟୁରୋ): ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ବର୍ତ୍ତମାନ ସମୟରେ ଓଡିଶା ଫେରାଇ ଆଣିବା ଏକ ଭୁଲ ନିଷ୍ପତ୍ତି ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି କି ଲକ ଡାଉନ ଖୋଲିବା ପରେ ବସ୍ ଓ ଟ୍ରେନରେ ଆସିଲେ କଣ ସଂକ୍ରମଣ ହେବ ନାହିଁ କି ? । ବରଂ ସେଠି ସେମାନଙ୍କୁ ରଖି ଖାଦ୍ୟ ପେୟର ସୁବ୍ୟବସ୍ଥା କରି ସେମାନଙ୍କୁ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉ ବୋଲି ପରାମର୍ଶ ଦେଇଛନ୍ତି। ଥରେ ଶ୍ରମିକ ଓଡିଶା ଫେରିଲେ ସେମାନଙ୍କ ମଧ୍ୟରୁ ଅଧା ଆଉ ଫେରିବେ ନାହିଁ ତେବେ ଏଠି କରିବେ କଣ ? ଓଡ଼ିଶାରେ ଏମିତି ବି ଚାକିରି ନାହିଁ ଆଗକୁ ଅବସ୍ଥା ଆହୁରି ସାଂଘାତିକ ହେବ। ଦିଲ୍ଲୀ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପ୍ରଭୃତି ରାଜ୍ୟରୁ ଶ୍ରମିକ ଓଡିଶା ଫେରିଲେ ଅବସ୍ଥା କଣ ହେବ କହି ହେବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

Leave A Reply

Your email address will not be published.