Below header

ରାଜସ୍ଥାନର ଆଜ୍‌ମେର ଦର୍ଘା ଅଞ୍ଚଳ ଘୋଷଣା ହେଲା କରୋନା ହଟ୍‌ସ୍ପଟ୍‌, ୨୪ ଘଣ୍ଟାରେ ବାହାରିଲେ ୭୯ ରୋଗୀ

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ରାଜସ୍ଥାନରେ  ଗୋଟିଏ ଦିନରେ ୭୯ କରୋନା ରୋଗୀ ବାହାରିଥିବା ଜଣାଯାଇଛି । ଏହି ସମସ୍ତ ରୋଗୀ ଆଜ୍‌ମେର ଦର୍ଘା ଅଞ୍ଚଳରୁ ବାହାରିଥିବା ଜଣାଯାଇଛି ।

ସମସ୍ତ ରୋଗୀମାନେ କେବଳ ୧୧ରୁ ୧୫ ଘର ମଧ୍ୟରୁ ବାହାରିଛନ୍ତି । ଫଳରେ ଦର୍ଘା ଅଞ୍ଚଳକୁ କରୋନା ହଟ୍‌ସ୍ପଟ୍‌ ଭାବେ ଘୋଷଣା କରାଯାଇଛି । ଆଜ୍‌ମେରରେ କିଛି ଦିନ ପୂର୍ବରୁ କରେନା ରୋଗୀଙ୍କ ସଂଖ୍ୟା ଏକକ ସଂଖ୍ୟା ଭିତରେ ଥିଲା ।

ଗୋଟିଏ ଦିନରେ ଏତେ ମାତ୍ରାରେ ରୋଗୀ ବାହାରିବାରୁ ଏହା ଆଜମେର୍‌ ପ୍ରଶାସନକୁ ଅଡ଼ୁଆରେ ପକାଇଛି । ଆଜମେର୍‌ ମାର୍ଚ୍ଚ ୨୨ରୁ ଲକ୍‌ଡାଉନ ଥିବା ବେଳେ ମାର୍ଚ୍ଚ ୨୮ରେ ପ୍ରଥମ କରୋନା ମାମଲା ଆସିଥିଲା ।

ଅପ୍ରେଲ ୨୨ ତାରିଖ ସୁଦ୍ଧା ୧ରୁ ଏହା ୪୪ରେ ପହଞ୍ଚିଥିଲା । ଆଜ୍‌ମେର ଅଞ୍ଚଳରେ ଏବେ ସ୍ୱାସ୍ଥ୍ୟ ବିଭାଗ ରାଣ୍ଡମ୍‌ ଟେଷ୍ଟ କରିବାକୁ ଯୋଜନା କରିଛି । ଏହି ସବୁ ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଛି ବୋଲି ଆଜ୍‌ମେର୍‌ ଏସ୍‌ପି ପ୍ରକାଶ କରିଛନ୍ତି ।

ରାଜସ୍ଥାନରେ କରୋନା ରୋଗୀଙ୍କ ସଂଖ୍ୟା ଏବେ ୧୮୯୦ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.