ଅର୍ଥ ଅଭାବରୁ ବ୍ୟବସାୟୀଙ୍କ ପାଖରେ ରାସନ କାର୍ଡ ବନ୍ଧା ରଖି ଋଣ ଆଣିଥିଲେ, ଏବେ ଲକଡାଉନରେ ସରକାରୀ ପିଡ଼ିଏସରୁ ବଞ୍ଚିତ ହିତାଧିକାରୀ

ଫୁଲବାଣୀ (କେନ୍ୟୁଜ): ପୂର୍ବରୁ ସାହୁକାର ମାନଙ୍କ ଦ୍ୱାରା ଶିକାର ହେଉଥିଲେ ଅନେକ ଗ୍ରାମବାସୀ । ବାଧ୍ୟ ହୋଇ ଜମିଦାର ଓ ସାହୁକାରଙ୍କ ପାଖରେ ଗାଇ,ଗୋରୁ,ସୁନା ଓ ରୁପା ଭଳି ଅନେକ ନିଜର ମୂଲ୍ୟବାନ ଜିନିଷ ବନ୍ଧା ରଖୁଥିବା ନଜିର ରହିଛି । ଆଜି ମଧ୍ୟ କିଛି ଗରୀବ ଣ୍ରେଣୀର ଲୋକମାନେ ସରକାରଙ୍କ ଦ୍ୱାରା ପ୍ରଦତ ରାସନ କାର୍ଡ କଳାବ୍ୟବସାୟୀଙ୍କ ପାଖରେ ବନ୍ଧା ରଖୁଥିବା ଖବର ଆସିଛି । ଏହିପରି ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୁଆପଦରର ଗ୍ରାମପଞ୍ଚାୟତର ବିଲୁପଡା ଗ୍ରମାରେ ।

ସରକାର ଗରିବଙ୍କୁ ପେଟରେ ଦାନା ଯୋଗାଇ ଦେବା ପାଇଁ ବହୁ ଯୋଜନାମାନ ପ୍ରଣୟନ କରୁଛନ୍ତି । ରାଜ୍ୟ କଲ୍ୟାଣ ଓ ଖାଉଟି କଲ୍ୟାଣ ଯୋଜନା ମାଧ୍ୟମରେ ସମସ୍ତ ଗରିବଙ୍କୁ ରାସନ କାର୍ଡ ମଧ୍ୟମରେ ପିଡ଼ିଏସ ଚାଉଳ ପ୍ରଦାନ କରାଯାଉଛି । କିନ୍ତୁ କିଛି ଅସାଧୁ ଓ ଦାୟିତ୍ୱରେ ଥିବା ପଞ୍ଚାୟତ ଅଧିକାରୀ ଓ ଯୋଗାଣ ସହାୟକଙ୍କ ଦାୟିତ୍ୱହୀନତା ଯୋଗୁଁ ଗ୍ରାମବାସୀ ମାନେ ବାଧ୍ୟ ହୋଇ କିଛି କଳା ବ୍ୟବସାୟୀ ମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି ଗରିବ ରାସନ କାର୍ଡ ହିତାଧିକାରୀ । ଫିରିଙ୍ଗିଆ ବ୍ଳକ୍ ନୁଆପଦର ଗ୍ରାମପଞ୍ଚାୟତର ବିଲପଦର ଗ୍ରାମର କିଛି ରାସନ କାର୍ଡ ହିତାଧିକାରୀ ଅର୍ଥ ଅଭାବରୁ ସେହି ଗ୍ରାମର ବ୍ୟବସାୟୀଙ୍କ ପାଖରେ ନିଜର ରାସନ କାର୍ଡ ବନ୍ଧା ରଖିଥିଲେ । କାର୍ଡ ହିତାଧିକାରୀ ଓ ବ୍ୟବସାୟୀଙ୍କ ମଧ୍ୟରେ ସର୍ତ ଥିଲା ରୁଣ ନେଇଥିବା ଟଙ୍କା ନ ସୁଝିବା ପର୍ଯ୍ୟନ୍ତ ନିଜ ରାସନ କାର୍ଡ ନେଇପାରିବେ ନାହିଁ । ବର୍ତମାନ କରୋନା ଭାଇରସ ପାଇଁ ଲକଡାଉନ ରହିଥିବା ବେଳେ କାମ ଧନ୍ଦା ପାଇଁ ବାହାରକୁ ଯାଇପାରୁ ନଥିବାରୁ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟ ସାଧ୍ୟ ହୋଇପଡିଛି । ହିତାଧିକାରୀ ମାନେ ଚାଉଳ ନ ପାଇ ବ୍ୟବସାୟୀ ମାନେ ଚାଉଳ ନେଉଥିବା କହିଛନ୍ତି ହିତାଧିକାରୀ ।

କିଛି ଦିନ ହେଲା ଫିରିଙ୍ଗିଆ ବ୍ଲକରେ କାର୍ଡ ବନ୍ଧକ ରଖି କିଛି ଅସାଧୁ ବ୍ୟବସାୟୀ ମାଲାମାଲ ହେଉଥିବା ବେଳେ ଯୋଗାଣ ବିଭାଗ କାର୍ଯ୍ୟଶୈାଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ଯୋଗାଣ ଅଧିକାରୀ ବାଳକୃଷ୍ଣ ନାୟକଙ୍କୁ ପଚାରିବାରୁ ସେ କିଛି ନ କହି ଚାଳିଯାଇଥିଲେ । ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହାନ୍ତ ଅଭିଯୋଗ କ୍ରମେ ଚାଉଳବସ୍ତା ଜବତ କରିବା ସହ ତଦନ୍ତ ପରେ ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି ମୈାଖିକ ଭାବେ କହିଛନ୍ତି ବିଡିଓ । ସରପଞ୍ଚ ଏଭଳି କାମକୁ ନିନ୍ଦା କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା କଳା ବ୍ୟବସାୟୀ ଓ ଦାୟିତ୍ୱରେ ଥିବା ଯୋଗଣ ଅଧିକାରୀ ଏବଂ ପଞ୍ଚାୟତ ଅଧିକାରୀଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.