ଯାଜପୁରରେ କୋରୋନା ସ୍ଥିତି ଓ ସଟଡାଉନ ସ୍ଥିତିର ସମୀକ୍ଷା କଲେ ରାଜ୍ୟପାଳଙ୍କ ସଚିବ ପି.କେ ମେହେର୍ଦ୍ଦା ଓ ADGP ସୌମେନ୍ଦ୍ର ପ୍ରିୟଦର୍ଶୀ

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ରେ କୋରୋନା ସ୍ଥିତି ର ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ତଥା ରାଜ୍ୟପାଳ ଙ୍କ ସଚିବ ପି କେ ମେହେର୍ଦ୍ଦା। ସେ ଆଜି କଳିଙ୍ଗ ନଗର ଠାରେ ଥିବା କୋବିଡ଼ ହସ୍ପିଟାଲ କୁ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଯାଜପୁର ଜିଲ୍ଲାପାଳ ରଂଜନ ଦାସ ଶ୍ରୀଯୁକ୍ତ ମେହେର୍ଦ୍ଦା ଙ୍କୁ କୋବିଡ଼ ହସ୍ପିଟାଲ କୁ ବୁଲାଇ ଦେଖାଇବା ସହିତ ଜିଲାର କୋରୋନା ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।

SOUMENDRA

ସେହିଭଳି ସଟ ଡାଉନ ସ୍ଥିତିର ସମୀକ୍ଷା ପାଇଁ ଯାଜପୁର ଜିଲା ଗସ୍ତ ରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ । ଜିଲ୍ଲାର ବିରାଜାପୁର , ଅକରପଡ଼ା , ପଣସା ଆଦି କୋରୋନା କଣ୍ଟେନମେଣ୍ଟ ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା କୁ ଯାଂଚ କରିଛନ୍ତି। ତାଙ୍କ ସହିତ କେନ୍ଦ୍ରାଞ୍ଚଳ ଡ଼ିଆଇ ଜି ଆଶିଷ ସିଂ ମଧ୍ୟ ଏହି ଗ୍ରସ୍ତରେ ସାମିଲ ଅଛନ୍ତି। ଏହା ପରେ ଯାଜପୁର ଏସପି ଚରଣ ସିଂ ମିନାଙ୍କ ସହ କିଭଳି ୬୦ ଘଣ୍ଟା ସଟ ଡାଉନ ସଫଳ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ।

Leave A Reply

Your email address will not be published.