ଗଜପତି : ଚନ୍ଦ୍ରଗିରିରେ ତିବ୍ଦତୀୟମାନଙ୍କୁ ସହାୟତାର ହାତ ବଢ଼ାଇଲେ କିଟ୍‌ ଓ କିସ୍‌, ଲକଡାଉନ ଲାଗି ସାମ୍ନା କରୁଥିଲେ ଅସୁବିଧାର

କେନ୍ୟୁଜ(ବ୍ୟୁରୋ): ଗଜପତି ଜିଲ୍ଲା ଜିରାଙ୍ଗରେ ରହିଛି ଭାରତ ପୂର୍ବାଞ୍ଚଳର ସର୍ବବୃହତ ତିବ୍ଦତୀୟ ବୌଦ୍ଧ ବିହାର । ୨୦୧୦ ମସିହାରେ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ ଦ୍ୱାରା ଏହି ବୌଦ୍ଧ ବିହାର ପ୍ରତିଷ୍ଠା କରାଯାଇଥିଲା । ଏହି ଅଞ୍ଚଳରେ ବହୁ ସଂଖ୍ୟକ ବୌଦ୍ଧ ଧର୍ମଗରୁ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ଆଶ୍ରମ କରି ଦୀର୍ଘ ଦିନ ହେଲା ରହି ଆସୁଛନ୍ତି । ଏବେ କରୋନା ଯୋଗୁଁ ତାଲାବନ୍ଦ ହୋଇ ଯାଇଥିବା ଫଳରେ ପଦ୍ମସମ୍ଭବ ମହାବିହାରରେ ରହୁଥିବା ବୌଦ୍ଧ ଧର୍ମାବଲମ୍ବୀ ସାଧୁସନ୍ଥ ଓ ଏଠାରେ ଥିବା ଦୁଇଟି ଜରାନିବାସର ଅନ୍ତେବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହା ଜାଣିବା ପରେ କିଟ୍‌ ଓ କିସ୍‌ ପକ୍ଷରୁ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ସେମାନଙ୍କ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରେରଣ କରିଥିଲେ ।

ଆବଶ୍ୟକ ହେଲେ ଆଗାମୀ ଦିନରେ ଆହୁରି ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦଆଯିବ ବୋଲି ଶ୍ରୀ ସାମନ୍ତ ମଧ୍ୟ ପ୍ରତିଶୃତି ଦେଇଛନ୍ତି। ଜିରାଙ୍ଗରେ ଥିବା ବୌଦ୍ଧ ଆଶ୍ରମ ଓ ଏହାର ଗୁରୁଜୀ ତଥା ଅନ୍ୟାନ୍ୟ ବୌଦ୍ଧ ସନ୍ୟାସୀଙ୍କ ସହ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଦୀର୍ଘ ଦିନ ଧରି ସୁସମ୍ପର୍କ ରହି ଆସିଛି। ଏଭଳି ସମୟରେ ଆମେ ମିଳିତ ଭାବେ କରୋନାର ମୁକାବିଲା କରିପାରିବା ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

ତାଲାବନ୍ଦ ଯୋଗୁଁ ଭାରତ ପୂର୍ବାଞ୍ଚଳର ସର୍ବବୃହତ ତିବ୍ଦତୀୟ ବୌଦ୍ଧ ବିହାର ଗଜପତି ଜିଲ୍ଲାର ଜିରାଙ୍ଗ ଠାରେ ବୌଦ୍ଧ ସନ୍ୟାସୀ ଓ ଜରାନିବାସରେ ସାଧୁସନ୍ଥମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ବେଳେ କିସ୍‌ ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ଗତକାଲି କିଟ ଓ କିସ ପକ୍ଷରୁ ଜିରାଙ୍ଗ ଓ ଚନ୍ଦ୍ରଗିରି ଅଞ୍ଚଳରେ ବୌଦ୍ଧ ସାଦୁସନ୍ଥ ଓ ଏଠାରେ ଥିବା ଦୁଇ ଜରାନିବାସରେ ଅନ୍ତେବାସୀଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଇଥିିଲା। ଏଥିରେ ବୌଦ୍ଧ ଗୁରୁ ଗେତ୍ରୁଲ ଜିଗ୍‌ମେ ରିମପୋଞ୍ଚେ କିଟ ଓ କିସକୁ ଧନ୍ୟବାଦ ଜଣାଇବା ସହ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆଶୀର୍ବାଦ କରିଛନ୍ତି।

ଗତକାଲି କିଟ ଓ କିସ ପକ୍ଷରୁ ଜିରାଙ୍ଗ ଓ ଚନ୍ଦ୍ରଗିରି ଅଞ୍ଚଳରେ ବୌଦ୍ଧ ସାଧୁସନ୍ଥ ଓ ଏଠାରେ ଥିବା ଦୁଇ ଜରାନିବାସରେ ଅନ୍ତେବାସୀଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଇଥିିଲା। ଯଦିଓ କୋଭିଡ-19 ଓଡ଼ିଶାରେ ଏହିଭଳି ଉପାନ୍ତ ଇଲାକାରେ ଏତେ ମାତ୍ରାରେ ଭୟଙ୍କର ରୂପ ନେଇ ନାହିଁ ତଥାପି ଏହାଠାରୁ ଆଗୁଆ ସତର୍କ ରହିବ ଉଚିତ ବୋଲି ସାଂସଦ ତଥା କିଟ ଓ କିସ୍ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଟ୍ୱିଟ ଯୋଗେ କହିଛନ୍ତି। ଏଥିରେ ବୌଦ୍ଧ ଗୁରୁ ଗେତ୍ରୁଲ ଜିଗ୍‌ମେ ରିମପୋଞ୍ଚେ କିଟ ଓ କିସକୁ ଧନ୍ୟବାଦ ଜଣାଇବା ସହ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆଶୀର୍ବାଦ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.