ଝାରସୁଗୁଡ଼ାରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ୧୬୦ରେ ପହଁଚିଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ବି ଆଉ ଜଣେ ପଜିଟିଭ୍‌ ଚିହ୍ନଟହୋଇଛନ୍ତି। ନୂଆ ସଂକ୍ରମିତ ଜଣକ ଝାରସୁଗୁଡ଼ା ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଛି। ସଂକ୍ରମିତ ଜଣକ ଜଣେ ୪୦ ବର୍ଷୀୟ ମହିଳା ବୋଲି ସୂଚନା ହସ୍ତଗତ ହୋଇଛି | ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ୍ଵବ୍‌ସାଇଟ୍‌ରୁ ସୂଚନା ମିଳିଛି। ବର୍ତ୍ତମାନ ରାଜ୍ୟରେ ୧୦୩ଜଣ ଚିକିତ୍ସାଧୀନ ଥିବା ବେଳେ ୫୬ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଓଡ଼ିଶାର ୧୬ ଜିଲ୍ଲାକୁ ବ୍ୟାପିଲାଣି ଭାଇରସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.