ଫନି ବାତ୍ୟାକୁ ପୂରିଲା ବର୍ଷେ, ଗତବର୍ଷ ଆଜିର ଦିନରେ ପ୍ରକୃତିର କୋପ ଦେଖିଥିଲା ଓଡିଶା

ଫନି ବାତ୍ୟାକୁ ପୂରିଲା ବର୍ଷେ । ଗତବର୍ଷ ଆଜିର ଦିନରେ ପ୍ରକୃତିର କୋପ ଦେଖିଥିଲା ଓଡିଶା। ଛାରଖାର ହୋଇଥିଲା ପୁରୀ ଓ ଭୁବନେଶ୍ୱର। ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଝଡ଼ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇ ସକାଳ ୯ଟାରେ ପୂରୀ ଉପକୂଳ ଛୁଇଁଥିଲା। ମଧ୍ୟାହ୍ନ ସାଢେ ୧୨ଟା ବେଳକୁ ରାଜଧାନୀ ଭୁବନେଶ୍ୱର ଦେଖିଲା ଫନିର କରାଳ ରୂପ। ଛାତି ଥରାଇଲା ପବନର ଗତି। ୧୮୦ରୁ ୨୦୦କିମି ବେଗରେ ପବନ ବହି ପୁରୀ ଓ ଭୁବନେଶ୍ୱର ପାଇଁ ଆଣିଦେଲା ବିପର୍ଯ୍ୟୟ। ନିମିଷକ ମଧ୍ୟରେ ଉପା଼ଡି ନେଲା ମହାଦ୍ରୁମ।

fani

ଦେଢଘଣ୍ଟା କାଳ ମଧ୍ୟରେ ଉଡ଼ିଲା ଘରଦ୍ୱାର, ଗଛଲତା, ହୋଡିଂ ଓ ବିଜୁଳି ଖୁଣ୍ଟି। ଫନିର ଶକ୍ତ ପ୍ରହାରରେ ଦୋହଲିଗଲା ଦୁଇ ସହର। ଶ୍ରୀହୀନ ହୋଇଗଲା ପୁରୀ ଓ ଏକାମ୍ରନଗରୀ ଭୁବନେଶ୍ୱର। ଫନି ତାଣ୍ଡବ ରଚିବା ପରେ ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ କାଟି ସଫା କରିଥିଲେ। ବାଧାପ୍ରାପ୍ତ ହୋଇଥିଲା ବିଦ୍ୟୁତ ଓ ଟେଲିଫୋନ ସେବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.