ନିଶାସକ୍ତ ଅବସ୍ଥାରେ ମୈଦାନରେ ଏହି ପାକ୍ କ୍ରିକେଟର ଘଟାଇ ଥିଲେ ଅଶ୍ଳୀଳ କାଣ୍ଡ, ଦର୍ଶକଙ୍କ ସାମ୍ନାରେ ଖୋଲି ଦେଇଥିଲେ ନିଜ ପ୍ୟାଣ୍ଟ ଜିପ୍

ଅନେକ ସମୟରେ କ୍ରିକେଟ ମୈଦାନରେ ଏମିତି କିଛି ଘଟଣା ଘଟେ, ଯାହା ଖେଳର ଗାରିମାକୁ ପ୍ରଭାବିତ କରିଥାଏ । ପ୍ରଶଂସକ ମାନେ ଯାହାଙ୍କୁ ନିଜ ରୋଲ ମଡେଲ ବା ଆଦର୍ଶ ଭାବେ ଗ୍ରହଣ କରିଥାନ୍ତି ସେମାନେ ଯେବେ ପଡିଆରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି, ତେବେ ସ୍ଥିତି ସଂଗୀନ ହୋଇପଡେ । ଏମିତି ଘଟଣା ଗୁଡିକର ଅନେକ ନଜିର ରହିଥିଲେ ସୁଦ୍ଧା ଆଜକୁ ଠିକ ୪୫ ବର୍ଷ ତଳେ ଏମିତି ଏକ ଘଟଣା ଘଟିଥିଲା ଯାହା ସେହି ଦେଶର ଖେଳାଳିଙ୍କ ସମେତ ପୁରା ଦେଶକୁ ବଦନାମ ମୁହଁକୁ ଠେଲି ଦେଇଥିଲା । ଘଟଣାଟି ପ୍ରକୃତରେ ବସିମ ରାଜା ନାମକ ଜଣେ ପାକିସ୍ଥାନୀ କ୍ରିକେଟର ଘଟାଇଥିଲେ ।

wasim

ନିଶାସକ୍ତ ଅବସ୍ଥାରେ ପଡିଆ ମଝିରେ ନିଜ ପ୍ୟାଣ୍ଟ ଜିପ ଖୋଲିବା ଭଳି ଏକ ଅଶ୍ଳୀଳ ଘଟଣା ଘଟାଇଥିଲେ । ବସିମ ହେଉଛନ୍ତି ପାକିସ୍ତାନ ଦଳର ପୂର୍ଵ କ୍ୟାପଟେନ ଓ ବର୍ତ୍ତମାନର ଟିଭି କମେଣ୍ଟର ରମିଜ ରାଜାଙ୍କ ଭାଇ । ମଦ ନିଶାରେ ନିଶାସକ୍ତ ହୋଇ ମୈଦାନ ଉପରେ ଅଶ୍ଳୀଳ ହରକତ ଘଟାଇ ଥିଲେ । ଏହି କ୍ରିକେଟର ଜଣଙ୍କ ୨୦ ବର୍ଷ ବୟସରେ ୧୯୭୩ ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ନିଜ ଡେବ୍ୟୁ କରିଥିଲେ । ଏମିତିକି ବର୍ତ୍ତମାନର ପାକିସ୍ଥାନ ପ୍ରଧାନମନ୍ତ୍ରୀ ତଥା ପୂର୍ବ କ୍ରିକେଟର ଇମ୍ରାନ ଖାନ ମଧ୍ୟ ତାଙ୍କୁ ନିଜ ଆଇଡଲ ଭାବେ ଗ୍ରହଣ କରିଥିଲେ । କରାଚି ଟେଷ୍ଟରେ ଶତକ ହାସଲ କରିଥିବା ବସିମ ରାଜା ପଡିଆରେ ଫିଲଡିଂ କରୁଥିବା ସମୟରେ ହଠାତ ଦର୍ଶକ ମାନଙ୍କ ପ୍ରତି ଅଭଦ୍ର ଇଶାରା କରିଥିଲେ ।

wasim

ସେସମୟରେ ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କ ଅନୁଯାୟୀ, ବସିମ ରାଜା ହଠାତ ଦର୍ଶକଙ୍କ ଆଡକୁ ମୁହଁ କରି ନିଜ ଟ୍ରାଉଜରର ଜିପ ଖୋଲି ଦେଇଥିଲେ । ଉପସ୍ଥିତ ଥିବା ଦର୍ଶକ ମାନେ କିନ୍ତୁ ବୁଝି ପାରିନଥିଲେ କି ବସିମ ଏମିତି କାହିଁକି କରିଛନ୍ତି ବୋଲି । କିନ୍ତୁ ପରେ ପାକିସ୍ଥାନର ଏକ ସମ୍ବାଦ ସଂସ୍ଥା, ବସିମ ସେ ସମୟରେ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ଦାବି କରିଥିଲେ । ସେହି ମ୍ୟାଚ ଟିରେ ରାଜା ଶତକ ହାସଲ କରିଥିଲେ ସୁଦ୍ଧା ରାଜାଙ୍କ କୃତିତ୍ୱକୁ ଧରା ଯାଇନଥିଲା । ଆଉ ମଧ୍ୟ ସେହି ମ୍ୟାଚରେ ହିଁ ୱେଷ୍ଟ ଇଣ୍ଡିଜ କ୍ୟାପଟେନ କ୍ଳାଇବ ଲଏଡଙ୍କ ଏକ ପୁଲ ସଟରେ ତାଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.