ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଏବଂ ମୟୂରଭଞ୍ଜ ଓ ଜଗତସିଂପୁରକୁ ଅରେଞ୍ଜ ଜୋନ୍‌ ଘୋଷଣା

ଭୁବନେଶ୍ବର : ଜୋନ୍ ଅନୁଯାୟୀ ରଙ୍ଗ ବଦଳାଉଛି ଓଡ଼ିଶା । ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପରେ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ମୟୂରଭଞ୍ଜ ଓ ଜଗତସିଂପୁର ହୋଇଛି ଅରେଞ୍ଜ ଜୋନ୍‌ । ଏ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଆଜି ରାଜ୍ୟରେ ଗୋଟିଏ ଦିନରେ ୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୭ ଜଣ ଗଞ୍ଜାମର ଓ ଅନ୍ୟ ୩ ସଂକ୍ରମିତ ମୟୂରଭଞ୍ଜ ଜିଲ୍ଲାର । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି ।

covid-19

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.