ଟିକିଏ ଅବହେଳା ଖାଲି କରିଦେବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ, ଭୁଲରେ ବି ହ୍ଵାଟ୍ସଆପରେ କରନ୍ତୁନାହିଁ ଏହି ୧୦ଟି ଭୂଲ

ଫାଷ୍ଟ ମେସେଜିଙ୍ଗ ଆପ ହ୍ଵାଟ୍ସଆପକୁ ଦୁନିଆର କୋଟି କୋଟି ୟୁଜର୍ସ ବ୍ୟବହାର କରୁଛନ୍ତି। ହ୍ଵାଟ୍ସଆପ ଅଧିକାଂଶ ୟୁଜର୍ସଙ୍କ ପାଇଁ ଚାଟିଙ୍ଗ ଏବଂ ମେସେଜିଙ୍ଗର ପ୍ରାଇମେରୀ ତରିକା ହୋଇଗଲାଣି। ଗୋଟିଏ ପଟେ କୋଟି କୋଟି ଲୋକ ଏହାକୁ ବ୍ୟବହାର କରୁଥିବାବେଳେ ଅନ୍ୟପଟେ ହ୍ୟାକର୍ସ ମଧ୍ୟ ଏହି ପ୍ଲାଟଫର୍ମ ସାହାଯ୍ୟରେ ଲୋକଙ୍କୁ ଠକିବାରେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ଗତ ବର୍ଷ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଆକାଉଣ୍ଟଧାରୀଙ୍କୁ ହ୍ଵାଟ୍ସଆପରେ ଚାଲୁଥିବା OTP ସ୍କାମ ବିଷୟରେ ଆଲର୍ଟ କରାଯାଇଥିଲା। ସାଇବର କ୍ରିମିନାଲ ଠାରୁ ରକ୍ଷା ପାଇବା ପାଇଁ ସବୁବେଳେ ସାବଧାନ ରହିବା ନିହାତି ଜରୁରୀ। ତେବେ ଏଇଠି ଆମେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ହ୍ଵାଟ୍ସଆପରେ ଏମିତି ୧୦ ଟିପ୍ସ ଅଛି ଯାହା ଆପଣଙ୍କୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଫ୍ରଡ଼ର ଶିକାର ହେବା ଠାରୁ ରକ୍ଷା କରିପାରିବ। ତାହେଲେ ଆସନ୍ତୁ ଜାଣିବା ସେହି ବିଷୟରେ ସବିଶେଷ ତଥ୍ୟ।

ବ୍ୟାଙ୍କିଙ୍ଗ ଡିଟେଲସ ପଠାନ୍ତୁନାହିଁ

କେବେବି ହ୍ଵାଟ୍ସଆପ ଜରିଆରେ ଆପଣ ପ୍ରାଇଭେଟ ବ୍ୟାକିଙ୍ଗ ଡିଟେଲସ କାହାକୁ ଦିଅନ୍ତୁନାହିଁ। ଏହି ଡିଟେଲସରେ ଆପଣଙ୍କର ଆକାଉଣ୍ଟ ଡିଟେଲସ, ଡେବିଟ/କ୍ରେଡିଟ କାର୍ଡ ପିନ କିମ୍ବା ଇଣ୍ଟରନେଟ ବ୍ୟାଙ୍କିଙ୍ଗ ପାସୱାର୍ଡ଼ ଆଦି ରହିଥାଇପାରେ।

ଭୁଲରେ ବି ସେୟାର କରନ୍ତୁନାହିଁ OTP

ୟୁଜର୍ସଙ୍କୁ ଏହା ବାରମ୍ବାର କୁହାଯାଉଛି ଯେ ଯେତେବି ଅଳ୍ପ ଆମାଉଣ୍ଟ ହେଉ କିମ୍ବା କୌଣସି ଲେଣଦେଣ ହେଉ, ଫୋନକୁ ଆସୁଥିବା OTPକୁ ହ୍ଵାଟ୍ସଆପ ଜରିଆରେ କେବେବି ପଠାନ୍ତୁନାହିଁ ଏବଂ କାହା ସହିତ ସେୟାର ମଧ୍ୟ କରନ୍ତୁନାହିଁ।

whatsapଅଜଣା ନମ୍ବରରୁ ଆସିଥିବା ଫାଇଲସ୍ କରନ୍ତୁ ନାହିଁ ଡାଉନଲୋଡ଼

ଯଦି କୌଣସି ନୂଆ ନମ୍ବରରୁ କିଛି ମିଡ଼ିଆ ଫାଇଲ ହ୍ଵାଟ୍ସଆପକୁ ଆସିଥାଏ ତାହେଲେ ଆପଣ ଏହାକୁ ଆଦୌ ବି ଡାଉନଲୋଡ଼ କରନ୍ତୁନାହିଁ।

ଫୋନ ହଜିଯିବା ମାତ୍ରକେ ହିଁ ହ୍ଵାଟ୍ସଆପକୁ କରନ୍ତୁ ଡିଆକ୍ଟିଭେଟ

ଯଦି ଆପଣଙ୍କ ଫୋନ ଚୋରି ହୋଇଗଲା କିମ୍ବା ହଜିଗଲା ତେବେ ତୁରନ୍ତ ହ୍ଵାଟ୍ସଆପକୁ ଡିଆକ୍ଟିଭ କରନ୍ତୁ। ଏହା କରିବା ପାଇଁ ଆପଣ ଅନ୍ୟ ଏକ ଫୋନରେ ହ୍ଵାଟ୍ସଆପ ଲଗ-ଇନ କରି ହଜି ଯାଇଥିବା ଫୋନରେ ହ୍ଵାଟ୍ସଆପକୁ ଲଗ-ଆଉଟ କରିଦିଅନ୍ତୁ।

whatsaapଫୋନ ବିକ୍ରି କରିବା ସମୟରେ କ୍ଲିନ କରନ୍ତୁ ଡାଟା

ଆପଣ ଯଦି ନିଜ ଫୋନ ବିକ୍ରି କରୁଛନ୍ତି ତେବେ ପ୍ରଥମେ ହ୍ଵାଟ୍ସଆପ ଡାଟା ସମ୍ପୂର୍ଣ୍ଣ ଭାବରେ କ୍ଲିନ କରନ୍ତୁ ଏବଂ ସେଟିଙ୍ଗକୁ ଯାଇ ରେଷ୍ଟରେ factory settingsରେ ଡିଭାଇସର ବାକି ଡାଟା ୱାଇପ କରିଦିଅନ୍ତୁ।

ଅଫର ଆଦି ମେସେଜକୁ କରନ୍ତୁ ଇଗନୋର

ହ୍ଵାଟ୍ସଆପରେ ଫର୍ଜି ଅଫର ବହୁତ ଆସିଥାଏ, ତେବେ ଏହା ଉପରେ ଦିଆଯାଇଥିବା ଲିଙ୍କ ଉପରେ ଆଦୌ ବି କ୍ଲିକ କରନ୍ତୁନାହିଁ। ଏହାସହିତ ଏହି ଫର୍ଜି ମେସେଜର ରିପ୍ଲାଏ ଦିଅନ୍ତୁ ନାହିଁ।

ଅଜଣା କଣ୍ଟାକଟସରେ ରିପ୍ଲାଏ ଦିଅନ୍ତୁନାହିଁ

ଯଦି ଆପଣଙ୍କ ହ୍ଵାଟ୍ସଆପକୁ କୌଣସି ଅଜଣା କଣ୍ଟାକଟ୍ସରୁ ମେସେଜ ଆସୁଛି ତେବେ କିଛି ଜରୁରୀ ନଥିଲେ ଉତ୍ତର ଦିଅନ୍ତୁନାହିଁ। ଏହି ମେସେଜ ଉପରେ କ୍ଲିକ ମଧ୍ୟ କରନ୍ତୁନାହିଁ।

ହ୍ଵାଟ୍ସଆପକୁ PC ସହିତ କନେକ୍ଟ କରିବା ଅଫର

ଏମିତି ମେସେଜ ଉପରେ ଭରସା କରନ୍ତୁ ନାହିଁ, ଯାହା ଆପଣଙ୍କୁ pc ସହିତ କନେକ୍ଟ କରିବା ପାଇଁ ଦାବି କରିଥାଏ ଏବଂ ଜଣାଇଥାଏ ଆପଣ କମ୍ପ୍ୟୁଟରରେ ମେସେଜ ପଠାଇପାରିବେ।

ଅଟୋ ଡାଉନଲୋଡ଼କୁ କରନ୍ତୁ ଡିସବଲ

ହ୍ଵାଟ୍ସଆପର ସେଟିଙ୍ଗକୁ ଯାଇ ଅଟୋମେଟିକ ମିଡ଼ିଆ ଫାଇଲସ୍ ଡାଉନଲୋଡ଼ ଅପ୍ସନକୁ ଡିସେବଲ କରିଦିଅନ୍ତୁ। ଏହାପରେ ଆପଣଙ୍କ ବିନା କ୍ଲିକରେ ଡାଉନଲୋଡ଼ ହେବନାହିଁ।

ପବ୍ଲିକ ନେଟୱର୍କକୁ କରନ୍ତୁନାହିଁ ବ୍ୟବହାର

ପବ୍ଲିକ କିମ୍ବା ଓପନ ୱାଇ-ଫାଇ ନେଟୱର୍କରୁ ହ୍ଵାଟ୍ସଆପ ବ୍ୟବହାର କରନ୍ତୁନାହିଁ। କାହିଁକିନା ଏହା ଦ୍ୱାରା ହ୍ୟାକିଙ୍ଗର ଭୟ ଅଧିକ ବଢି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.