ବଢ଼ୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା, ବଦଳୁଛି ଓଡ଼ିଶା ମାନଚିତ୍ରର ରଙ୍ଗ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବ୍ୟାପୁଛି ଜିଲ୍ଲାକୁ ଜିଲ୍ଲା । ବଢୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ତା ସହିତ ବଦଳୁଛି ଓଡ଼ିଶାର ରଙ୍ଗ । କରୋନା ଜୋନ୍‌କୁ ନେଇ ଯେଉଁ ସବୁ ରଙ୍ଗ ଦିଆଯାଇଛି ତାହା ଏବେ ବଦଳିବାରେ ଲାଗିଛି । ଭଲ କରି ଦେଖନ୍ତୁ ରାଜ୍ୟର ଏହି ମାନଚିତ୍ରକୁ । ଯେଉଁଠି କାଲି ଗ୍ରୀନ୍ ଜୋନ୍ ଥିଲା ସେ ଏବେ ଅରେଞ୍ଜ ଜୋନ୍‌ରେ ପରିଣତ ହୋଇଛି । ଆଉ ଅରେଞ୍ଜ ହୋଇ ଯାଇଛି ରେଡ୍ ଜୋନ୍ ।

RED ZONE MAPକେଉଁଠି କୋଲକାତା ଫେରନ୍ତା ତ ଆଉ କେଉଁଠି ସୁରତ୍ ଫେରନ୍ତା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ାଇ ଚାଲିଛନ୍ତି । ଦୁଇ ଦିନ ତଳେ ଆମେ ମୟୁରଭଞ୍ଜକୁ ପ୍ରଶଂସା କରି ସେଠାରେ ଜଣେ ହେଲେ ଆକ୍ରାନ୍ତ ନାହାନ୍ତି ବୋଲି କହିଥିଲୁ । ହେଲେ ଏବେ ମୟୁରଭଞ୍ଜରେ ତିନି ଜଣ ସୁରତ ଫେରନ୍ତାଙ୍କ ଯୋଗୁଁ ଏହି ଜିଲ୍ଲା ଏବେ ଅରେଞ୍ଜ ଜୋନ୍‌ରେ । ସେହିପରି ଦିନେ ଗ୍ରୀନ୍ ଜୋନ୍‌ରେ ଥିବା ଗଞ୍ଜାମ ଏହା ପରେ ଅରେଞ୍ଜ ଏବଂ ଆଜି ରେଡ୍ ହୋଇ ଯାଇଛି । ମୋଟ୍ ୧୮ଟି ଜିଲ୍ଲାରେ ତାର ଛାପ ଛାଡ଼ିଛି କରୋନା ।

ORANGEପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଅଣାଯିବା ପରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଯାହା ଆଶଙ୍କା ମଧ୍ୟ କରାଯାଉଥିଲା । ତେଣୁ ଯେତିକି ବାହାରୁ ଆସିବେ ସେତିକି ସଂଖ୍ୟା ବୃଦ୍ଧି ହେବ । ଆଉ ରାଜ୍ୟର ମନଚିତ୍ର ରଙ୍ଗ ବି ବଦଳି ଚାଲିବ । ଯାହାକୁ ନିୟନ୍ତ୍ରଣରେ ରଖିବା ସରକାର ଓ ସ୍ଥାନୀୟ ପ୍ରଶାସନ ପାଇଁ ନିଶ୍ଚିତ ଭାବେ କଷ୍ଟକର ହେବ ।

ODISHA MAP_1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.