ରାଜ୍ୟରେ ଆହୁରି ବଢିବ ତାତି, ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା

ରାଜ୍ୟରେ ରୌଦ୍ର ତାପ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆସନ୍ତା ପାଞ୍ଚ ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଗକୁ ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ ତାପମାତ୍ରା ୪୦ ଡିଗ୍ରୀ ପାର ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାଜ୍ୟର ୯ଟି ଜିଲ୍ଲାରେ ଜୋରରେ ପବନ ବହିବା ସହ ଘଣ୍ଟା ପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହ ବାଲେଶ୍ୱର,ଭଦ୍ରକ ,କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳର କେତେକ ସ୍ଥାନରେ ଝାଡ଼ବର୍ଷ ହେବାର ଆଶଙ୍କା ରହିଛି । ଆଗକୁ ୫ ଦିନ ପର୍ଯ୍ୟନ୍ତ ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ।

Warning! Met issues thunderstorm alert for 6 Odisha districts

ଏହାବାଦ ଉତ୍ତର- ପଶ୍ଚିମ ଓଡ଼ିଶାରେ ବି ତାପମାତ୍ରା ବଢିବା ସହ ୧୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଗକୁ ସାମୁଦ୍ରିକ ପବନ ପରିବର୍ତ୍ତେ ପଶ୍ଚିମା ଗରମ ପବନ ବୋହିବ ବୋଲି ଜଣାଯାଇଛି । ଆଶଙ୍କା କରାଯାଉଛିକି, ଆସନ୍ତା ୧୮ ତାରିଖ ବେଳକୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ । ସେହିପରି ମାଲାକାନାଗିରି, କଳାହାଣ୍ଡି, ବଲାଙ୍ଗୀର, ଗଜପତି, ବୌଦ୍ଧ ଓ ତାଳଚେର ଆଦି ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ପର୍ଯ୍ୟନ୍ତ ଅତିକ୍ରମ କରିବାର ସମ୍ଭାବନା ରହିଛି । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୧୦ ରୁ ୧୪ ତାରିଖ ଭିତରେ କାଳବୈଶାଖୀ ବର୍ଷା ହୋଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.