ଭୁବନେଶ୍ୱର (କେ ନ୍ୟୁଜ୍) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉ ନାହିଁ । ଏଇମାତ୍ର ମିଳିଥିବା ସୂଚନା ଅନୁସାରେ ଆଉ ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଏବଂ ବୌଦ୍ଧରୁ ଜଣେ ବାହାରିଛନ୍ତି । ଏହା ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହ ଟପି ୪୧୪ରେ ପହଞ୍ଚିଛି ।
ଏହି ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ।