ବରଗଡ଼ : ଗ୍ରୀନ୍ ଜୋନ୍ରେ ଗଡ଼ିଲା ବସ୍। ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ପରେ ଆଜିଠୁ ବରଗଡ଼ ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍ ଚାଲିଛି। ଲକ୍ଡାଉନ୍ର ପ୍ରାୟ ଦେଢ ମାସ ପରେ ପଦ୍ମପୁର-ବରଗଡ଼-ସମ୍ବଲପୁରକୁ ବସ୍ ସେବା ଆରମ୍ଭ ହୋଇଛି। ପଦ୍ମପୁରରୁ ନୂଆପଡ଼ା ଜିଲ୍ଲାକୁ ମଧ୍ୟ ବସ୍ ସେବା ଆରମ୍ଭ ହୋଇଛି। ବରଗଡ଼ ଜିଲ୍ଲା ଗ୍ରୀନ୍ ଜୋନ୍ ଥିବାରୁ ବସ୍ ଚାଲିଛି।
ସୂଚନା ଥାଉକି, ବୁଧବାରଠାରୁ କଟକ ଭୁବନେଶ୍ୱର ମଧ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଛ । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ଏହି ବସ୍ ଚାଲୁଛି । କଟକରୁ ବାହାରିଥିବା ବସ୍ ଭୁବନେଶ୍ୱର ଖାରବେଳ ଭବନ, ରାଜୀବ ଭବନ ଦେଇ ସଚିବାଳୟରେ ପହଞ୍ଚୁଛି । ୩୦ ଟଙ୍କା ଭଡ଼ା ଦେଇ ଯିବାଆସିବା କରୁଛନ୍ତି କର୍ମଚାରୀ । ବସ୍ରେ ଯିବା ବେଳେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି ।