କେଉଁଠି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚାଲିଛି ଟିକଟକ ଭିଡ଼ିଓ ତ କେଉଁଠି ଫୋପଡା ଯାଉଛି ଖାଦ୍ଯ: ଥରେ ନଜର ପକାନ୍ତୁ ଏଠାକାର ଦୃଶ୍ୟ ଉପରେ

ଜଳେଶ୍ବର: କ୍ଵାରେଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କୁ ନେଇ ବହୁ ଅଭିଯୋଗ ଆପଣଙ୍କ ସାମନାକୁ ଆସିଛି । କେଉଁଠି  ଅନ୍ତେବାସୀ ମାନେ ଖାଦ୍ଯ ଫୋପିଡିଛନ୍ତି ତ କେଉଁଠି ଟିକଟକ୍ ଭିଡିଓ କରି ସମାଲୋଚନାର ପାତ୍ର ହୋଇଛନ୍ତି ।  ହେଲେ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ବାଘବାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଯାହାକୁ ଦେଖିଲେ ଆପଣ ପ୍ରଶଂସା ନକରି ରହିପାରିବେନି । କଥାଟି ହେଉଛି ଏହି କ୍ଵାରେଣ୍ଟାଇନରେ ଥିବା ଅନ୍ତେବାସୀ ମାନେ ହରିନାମରେ ଝୁମୁ ଥିବାର ଦେଖିବାକୁ ମିଳିଛି । ତାହା ପୁଣି ସାମାଜିକ ଦୂରତା ରକ୍ଷାକରି ।

ଯାହାର ଭିଜୁଆଲ୍ ଏବେ ସୋସିଆଲ ମିଡ଼ିଆ ଭାଇରାଲ ହେବାର ଲାଗିଛି । ରାଜପୁର ସରପଞ୍ଚ ଦିଲ୍ଲୀପ ପରିଡାଙ୍କ ତତ୍ୱବାଧାନରେ ଅନ୍ତେବାସୀ ମାନେ ସାମାଜିକ ଦୁରତାକୁ ବଜାୟ ରଖି ଭଜନ ଗୀତରେ ନୃତ୍ୟ କରିଛନ୍ତି । ଯାହା ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିଛନ୍ତି ସରପଞ୍ଚ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.