ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନିୟୋଜିତ ରହିବେ ୧୫୦ ଦଇତା ସେବାୟତ, ଚୂଡ଼ାନ୍ତ ହେଲା ତାଲିକା

ପୁରୀ: ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନିୟୋଜିତ ରହିବେ ୧୫୦ ଦଇତା ସେବାୟତ । ଶ୍ରୀଜଗନ୍ନାଥଙ୍କ ସେବାରେ ୬୦, ଶ୍ରୀବଳଭଦ୍ରଙ୍କ ସେବାରେ ୫୦, ଦେବୀ ସୁଭଦ୍ରାଙ୍କ ନୀତିରେ ୩୦ ଜଣ ଓ ଶ୍ରୀସୁଦର୍ଶନଙ୍କ ନୀତିରେ ୧୦ ଜଣ ଦଇତାପତି ରହିବେ । ଏନେଇ ଦଇତାପତି ନିଯୋଗର ତାଲିକା ଚୂଡ଼ାନ୍ତ ହୋଇଛି ।

ଏହାକୁ ପ୍ରଶାସନକୁ ଦିଆଯିବା ପରେ ସମସ୍ତ ଦଇତାପତି କୋଭିଡ ଟେଷ୍ଟ କରି ସଙ୍ଗରୋଧରେ ରହିବାକୁ ନିଷ୍ପତ୍ତି ନିଆଯାଇଛି । ଦଇତାପତିଙ୍କ ଛଡ଼ା ଅନ୍ୟ ୧୦ଟି ନିଯୋଗର ମଧ୍ୟ ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । ଆଜିଠାରୁ ନିଯୋଗମାନେ ସେମାନଙ୍କ ତାଲିକା ପ୍ରଶାସନକୁ ଦେବା ପରେ ଅନ୍ୟ ସମସ୍ତଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.