ଭୁବନେଶ୍ୱର: ପୁଣି ଆଜିଠୁ ଗଡ଼ିଲା ମୋ ବସ୍। ଭୁବନେଶ୍ୱର ଓ କଟକରେ ମୋ ବସ୍ ଆରମ୍ଭ କରିଛି ସେବା । ୭ଟି ରୁଟ୍ରେ ନନ୍ ଏସି ବସ୍ ଚଳାଚଳ କରିବ । ଏଥିପାଇଁ ଜାରି ହୋଇଛି ଗାଇଡଲାଇନ୍ । ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୁଇଟି ସହରରେ ମୋ ବସ୍ ଚାଲିବ । ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଯେତିକି ସିଟ୍ ସେହି ଅନୁସାରେ ଯାତ୍ରୀ ଯାତାୟତ କରିବେ । କୌଣସି ଯାତ୍ରୀ ଠିଆ ହୋଇ ଯାଇ ପାରିବେ ନାହିଁ । ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଉଲ୍ଲଘଂନ କଲେ ବସରେ କାହାରିକୁ ଉଠିବାକୁ ଦିଆଯିବ ନାହିଁ । ଟିକେଟର ସଠିକ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡ଼ିବ । ଆଗାମୀ ଦିନରେ ଅଧିକ ରୁଟରେ ମୋ ବସ୍ ଚଳାଚଳ କରିବ ।