କ୍ୱାରେଣ୍ଟାଇନ୍ ସେଣ୍ଟରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ଯମ କରି ଫସିଲେ ଯୁବକ, ଗଛରେ ବାନ୍ଧି ନିର୍ଧୁମ ଛେଚିଲେ ଅନ୍ତେବାସୀ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ତଥା ବରହମପୁର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ତେଲିପାଳ ଆଶ୍ରମରେ ଥିବା କ୍ୱାରେନଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ଯମ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ । ସୂଚନା ଅନୁଯାୟୀ ଯୂବତୀ ଜଣଙ୍କ ଗାଧୁଆ ଘର ଭିତରେ ଥିବା ସମୟରେ ଉକ୍ତ ଯୁବକ ଜଣଙ୍କ ଅବାଧରେ ପଶି ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପ୍ରଘଟ ହେବା ପରେ ସଂପୃକ୍ତ ବ୍ୟକ୍ତିକୁ ଗଛରେ ବାନ୍ଧି ଦେଇଥିବା ନେଇ ଦେଖିବାକୁ ମିଳିଥିଲା ।

ଏହି ସେଣ୍ଟରରେ ୪ ଜଣ ଯୁବତୀଙ୍କୁ ମିଶାଇ ମୋଟ ୭୭ ଜଣ ପ୍ରବାସୀ ଓଡ଼ିଆ ରହିଥିଲେ। ଗୋହିରା ଅଞ୍ଚଳର ରତ୍ନାକର ଜେନା ନାମକ ବ୍ୟକ୍ତି ଆଜି ସକାଳୁ କ୍ଵରେଣ୍ଟାଇନ ସେଣ୍ଟରକୁ ଅବାଧରେ ପ୍ରବେଶ କରି ଜଣେ ଯୁବତୀ ଅସୁସ୍ଥ ହୋଇ ବାନ୍ତି କରୁଥିବା ବେଳେ ତାଙ୍କୁ ସେ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେ ପାଟି କରିବାରୁ ତାଙ୍କର ୩ ଜଣ ସହଯୋଗୀ ଦୌଡ଼ି ଆସିଥିଲେ। ଏହି ଘଟଣା ଜଣାପଡିବା ପରେ ଉତ୍ୟକ୍ତ ପ୍ରବାସୀ ଓଡ଼ିଆମାନେ ରତ୍ନାକରକୁ ଏକ ଗଛରେ ବାନ୍ଧି ନିର୍ଧୁମ ଛେଚିଥିଲେ। ଯୁବତୀ ଜଣଙ୍କ ନ୍ୟାୟ ପାଇଁ ସିକ୍ୟୁରିଟି ପ୍ରତାପ ବାରିକଙ୍କ ସହ ଅଭିଯୁକ୍ତ ରତ୍ନକାରଙ୍କ ବିରୋଧରେ ବରମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.