ଓଡ଼ିଶା ପାଇଁ ବଢିଲା ପଙ୍ଗପାଳ ବିପଦ, ପଲ ପଲ ପଙ୍ଗପାଳଙ୍କୁ ନେଇ ଚାଷୀ ଛାନିଆ

କେନ୍ଯୁଜ୍: ଓଡ଼ିଶା ପାଇଁ ବଢିଲା ପଙ୍ଗପାଳ ବିପଦ । ପଙ୍ଗପାଳ ଦଳ ଏବେ ମଧ୍ୟପ୍ରଦେଶ ସୀମା ଦେଇ ଛତିଶଗଡ଼ର ଭରତପୁର ଅଞ୍ଚଳରେ ପହଞ୍ଚି ସାରିଛନ୍ତି । ଭରତପୁରର ଜୱାରୀଟୋଲାରେ ପଲ ପଲ ପଙ୍ଗପାଳଙ୍କୁ ନେଇ ଚାଷୀ ଛାନିଆ। ଏହାପରେ ସଂପୃକ୍ତ ଅଞ୍ଚଳରେ କୀଟନାଶକ ସ୍ପ୍ରେ କରାଯାଇଛି । ଏନେଇ  ସ୍ଥିତି ଅନୁଧ୍ୟାନ କରିଛନ୍ତି କୃଷି ବିଭାଗ ଅଧିକାରୀ । ଛତିଶଗଡ଼ରେ ପଙ୍ଗପାଳ ପହଞ୍ଚିଥିବାରୁ ଏବେ ପଶ୍ଚିମ ଓଡ଼ିଶା ପ୍ରତି ବିପଦ ଆଶଙ୍କା ରହିଛି । ଝାସଗୁଗୁଡ଼ା ଦେଇ ଏମାନେ ଓଡ଼ିଶାରେ ପ୍ରବେଶ କରିପାରନ୍ତି ।

locustଝାରସୁଗୁଡ଼ା ସୀମାରୁ ଭରତପୁର ଦୂରତା ମାତ୍ର ତିନି ଶହ କିଲୋମିଟର । କେବଳ ଝାରସୁଗୁଡ଼ା ନୁହେଁ ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଆଦି ଜିଲ୍ଲାରେ ପଙ୍ଗପାଳ କ୍ଷତି ପହଞ୍ଚାଇ ପାରନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ ପଙ୍ଗପାଳ ଦୈନିକ ଶହେ କିଲୋମିଟର ପର୍ଯ୍ୟନ୍ତ ଉଡ଼ିପାରନ୍ତି । ହେଲେ ପବନର ଦିଗ ବଦଳିଲେ ପଙ୍ଗପାଳ ଓଡ଼ିଶା ଆସିବା ବଦଳରେ ଆନ୍ଧ୍ରପ୍ରଦେଶ କିମ୍ବା ବିହାରକୁ ମଧ୍ୟ ଉଡ଼ିଯିବା ସମ୍ଭାବନା ରହିଛି । ପଙ୍ଗପାଳ ମୁକାବିଲା ପାଇଁ ରାଜ୍ୟ କୃଷି ବିଭାଗ ସତର୍କ ରହିବା ସହ SOP ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.