ବାସୁଦେବପୁର (କେନ୍ୟୁଜ୍) : ବିବାହର ତିନି ବର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲା ଝିଅ। ଶାଶୂ ଘର ଲୋକେ ମାରି ଦେଲେ ନବବଧୂକୁ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଲକ୍ଷ୍ମୀଦାସପୁର ପଞ୍ଚାୟତ କାଶି ଅଭିରାମପୁର ଗ୍ରାମର ନରହରି ପରିଡାଙ୍କ ପୁଅ ରାଜେନ୍ଦ୍ର ପରିଡାକୁ କିସ୍ମତପୁର ପଞ୍ଚାୟତ ନରହରି ରାଉତଙ୍କ ଝିଅ ପ୍ରିୟଙ୍କା ରାଉତ ଦୀର୍ଘ ୫ ବର୍ଷ ବୈଦିକ ରୀତିରେ ବିବାହ କରିଥିଲେ। ଆଉ କିଛି ଦିନ ପରେ ପ୍ରିୟଙ୍କା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ବିବାହ ସମୟରେ ବାପ ଘର ପକ୍ଷରୁ ଦାବୀ ମୁତାବକ ଜିନିଷ ପତ୍ର ଦିଆଯାଇଥିଲା। କିନ୍ତୁ ବିବାହର କିଛି ଦିନ ପରେ ଶ୍ୱଶୁର ଘର ପକ୍ଷରୁ ଅଧିକ ୧ ଲକ୍ଷ ଟଙ୍କା ଦାବୀ କରି ତାକୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ବାପଘରକୁ ଜଣାଇଥିଲା ଝିଅ।
କିନ୍ତୁ ଅପରାହ୍ନ ୬ ଘଟିକା ସମୟରେ ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି ପ୍ରିୟଙ୍କାଙ୍କ ବାପଘରକୁ ଫୋନ ଆସିଲା। ଫୋନ ପାଇ ପରିବାର ଲୋକେ ତୁରନ୍ତ ଯାଇ ଝିଅ ଘରେ ପହଁଚି ଦେଖିଲେ ଝିଅ ମୃତ ଅବସ୍ଥାରେ ଘରର ଅଗଣାରେ ଶୋଇଛି। ହେଲେ ଝିଅର ଶ୍ୱଶୁର ଘର ଲୋକେ କେହି ଜଣେ ହେଲେ ବି ନଥିଲେ।
ଖବର ପାଇ ନାୟକାଣଢିହି ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲା । ଆଜି ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଓ ସାଇଣ୍ଟଫିକ ଟିମ ପହଂଚି ତଦନ୍ତ କରି ବ୍ୟବଛେଦ ନିମନ୍ତେ ପଠାଇଛନ୍ତି । ମୃତକଙ୍କ ଗୋଡ ଓ ଦେହରେ ବିଭିନ୍ନ ସ୍ଥାନରେ ପୋଡା ଚିହ୍ନ ଥିବା ଦେଖିବାକୁ ମିଳିଥିବା ବେଳେ ପରିବାର ଲୋକ ଫେରାର ହୋଇଥିବା ଦେଖିବାକୁ ମିଳିଥିଲା । ଏନେଇ ଝିଅର ବାପା ତାଙ୍କ ଝିଅକୁ ଅଧିକ ଯୌତୁକ ପାଇଁ ମାରିଦେଇଥିବା ପୋଲିସ ପାଖରେ ଅଭିଯୋଗ କରିଛନ୍ତି ।